ଓଡ଼ିଶା ଖବରନ୍ୟୁଜ୍

ପଞ୍ଚାୟତ ନିର୍ବାଚନ: ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଦିନ ୧ଟା ସୁଦ୍ଧା ୭୦ ପ୍ରତିଶତ ମତଦାନ

ପଞ୍ଚାୟତ ନିର୍ବାଚନ ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

ଶେଷ ହେଲା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ପୂର୍ବ ୩ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ସେତେଟା ବିଶୃଙ୍ଖଳା ଦେଖାଦେଇନଥିଲେ ବି କାଁ ଭାଁ ନିର୍ବାଚନୀ ହିଂସା ମଧ୍ୟରେ ଶେଷ ହୋଇଛି ମତଦାନ ।

ତେବେ ଦିନ ୧ଟା ସୁଦ୍ଧା ପୁରା ରାଜ୍ୟରେ ୭୦ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହା ପୂର୍ବରୁ ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଥିଲା ।

ରାଜ୍ୟରେ ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାରେ ଆଜି ମତଦାନ ହୋଇଛି । ଏହିସବୁ ଜିଲ୍ଲାର ମୋଟ୍ ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୧୨୫୪ଟି ଗ୍ରାମ ପଞ୍ଚାୟତରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କରାଯାଇଛି ।

Related posts

ଚୋର କୁ ଧରିଲେ ବଜାର ଲୋକେ

Odisha Halchal

ବୃଦ୍ଧଙ୍କ ଆଖି ଅପରେସନରେ ଅସଲି ଆଖି ବଦଳରେ ଲାଗିଥିଲା ନକଲି କାଚ ଗୋଲି

Odisha Halchal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

Odisha Halchal

Leave a Comment