ଓଡ଼ିଶା ଖବରନ୍ୟୁଜ୍

ୟୁକ୍ରେନ୍‌ରୁ ଓଡିଶା ଫେରିଲେ ଓଡିଆ ଡାକ୍ତରୀ ଛାତ୍ର, ବଖାଣିଲେ ଯୁଦ୍ଧ ସମୟରେ ଚିତ୍ର

ୟୁକ୍ରେନ୍‌ରୁ ଓଡିଶା ଡାକ୍ତରୀ ଛାତ୍ର, ବଖାଣିଲେ ଯୁଦ୍ଧ ସମୟରେ ଚିତ୍ର

ଋଷ ଓ ୟୁକ୍ରେନରେ ଯୁଦ୍ଧ ଚାଲୁଥିବା ସମୟରେ ଅନେକ ଭାରତୀୟ ଛାତ୍ର ଛାତ୍ରୀ ସେଠାରେ ଫସିରହିଛନ୍ତି । ଭାରତ ସରକାରଙ୍କ ଅପରେସନ ଗଙ୍ଗାରେ ଅନେକ ଛାତ୍ରଛାତ୍ରୀ ୟୁକ୍ରେନରୁ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କ୍ରମରେ ଯାଜପୁର ଜିଲ୍ଲାକୁ ୟୁକ୍ରେନରେ ଫସିଥିବା ଅନେକ ଛାତ୍ରଛାତ୍ରୀ ଫେରିଛନ୍ତି। ସରକାରଙ୍କ ଉଦ୍ୟମ କ୍ରମେ ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ମାନଗୋବିନ୍ଦପୁରର ଡାକ୍ତରୀ ଛାତ୍ର ସତ୍ୟବ୍ରତ ସାହୁ ।

ଖବର ଅନୁଯାୟୀ, ଓଡିଆ ଛାତ୍ର ସତ୍ୟବ୍ରତ ସାହୁ ୟୁକ୍ରେନର ଖାର୍ଜିଭ ସ୍ଥିତ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପଢୁଥିଲେ । ଫେରିବା ପରେ ସତ୍ୟବ୍ରତ କ୍ୟାମେରା ସାମ୍ନାରେ ୟୁକ୍ରେନରେ ଥିବା ସମୟର କରୁଣ ଦୃଶ୍ୟକୁ ବୟାନ କରିଛନ୍ତି। ଯୁଦ୍ଧ ସମୟରେ ସତ୍ୟବ୍ରତ ଓ ତାଙ୍କ ସାଥିମାନେ ବଙ୍କର ମଧ୍ୟରେ ପ୍ରାଣ ବଞ୍ଚାଇବାକୁ ଲୁଚି ରହିଥିଲେ। ଦୀର୍ଘ ୧୦ କିଲୋମିଟର ଚାଲିଚାଲି ଷ୍ଟେସନରେ ପହଁଚିଥିଲେ। ଏହାପରେ ଦୀର୍ଘ ୨୮ ଘଣ୍ଟା ଧରି ଟ୍ରେନର ବାଥରୁମରେ ବସି ବହୁ କଷ୍ଟରେ ସ୍ବଦେଶ ଫେରିଥିବା କହିଛନ୍ତି ସତ୍ୟବ୍ରତ।

ସେହିପରି ୟୁକ୍ରେନରେ ବୋମାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ତାହା ବର୍ଣ୍ଣନା କରିବା ମଧ୍ୟ କଷ୍ଟକର। ମୃତ୍ୟୁ ମୁଖରୁ ଫେରିଆସିଥିବା ପୁଅ କୁ ପାଇ ବାପ,ମାଙ୍କ ଖୁସିର ସୀମା ନାହିଁ। ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଏବେ ଯୁଦ୍ଧର ବିଭୀଷିକା ଭିତରୁ ମାତୃଭୂମିକୁ ଫେରୁଥିବା ବଳେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଭାବକ ।

Related posts

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

Odisha Halchal

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

Odisha Halchal

ଗୁଣପୁରରେ ଶହୀଦ ଦିବସ ପାଳିତ

Odisha Halchal

Leave a Comment