ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆଜିଠାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଚଳିତ ସପ୍ତାହରେ ଗ୍ରାହକଙ୍କୁ ବ୍ୟାଙ୍କଜନିତ ସେବା ପ୍ରଭାବିତ ସାମ୍ନା କରିବାକୁ ପଡ଼ିପାରେ । କାରଣ ଏପ୍ରିଲ ୧୪ ଠାରୁ ଲଗାତାର ବ୍ୟାଙ୍କଗୁଡ଼ିକ ୪ ଦିନ ଛୁଟି ରହୁଛି । କିଛି ସହରରେ ଭିନ୍ନ ଭିନ୍ନ କାରଣରୁ ବ୍ୟାଙ୍କ ଗୁଡ଼ିକ ୪ ଦିନ ଛୁଟି ରହୁଛି । ଏପ୍ରିଲ ୧୪, ୧୫, ୧୬ ଓ ୧୭ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ମଧ୍ୟ ସାମିଲ ରହିଛି ।

ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଅଲଗା । କିନ୍ତୁ ଏଥିରେ କିଛି ଛୁଟି ଜାତୀୟ ସ୍ତରୀୟ ରହିଛି । ଏପ୍ରିଲ ୧୪ରେ ଡା ବାବା ସାହେବେ ଆମ୍ବେଦକର ଜୟନ୍ତୀ, ମହାବୀର ଜୟନ୍ତୀ, ବୈଶାଖୀ, ଚୌରୋବା, ବିଜୁ ଫେଷ୍ଟିଭାଲ, ବେହାର ବିହୁ । ଶିଲଙ୍ଗ ଓ ଶିମଲା ବ୍ୟତୀତ ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୧୫ରେ ଗୁଡ ଫ୍ରାଇଡେ, ବଂଗାଲୀ ନୂଆବର୍ଷ, ହିମାଚଳ ଦିବସ, ବୋହାଗ ବୁହୁ । ଏହି ଦିନ ଜୟପୁର, ଜମ୍ମୁ ଓ ଶ୍ରୀନଗର ବ୍ୟତୀତ ଅନ୍ୟ ସହରରେ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ ୧୬ରେ ବୋହାଗ ବିହୁ ଅବସରରେ କେବଳ ଗୁଆହାଟୀରେ ବ୍ୟାଙ୍କ ଛୁଟି ରହିବ । ଏପ୍ରିଲ ୧୭ରେ ରବିବାର ଛୁଟି । ଏତଦ୍ ବ୍ୟତୀତ ଏପ୍ରିଲ ୨୧ରେ ଗରିଆ ପୂଜା କାରଣରୁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୨୩ରେ ଚତୁର୍ଥ ଶନିବାର, ୨୪ରେ ରବିବାର ପାଇଁ ଛୁଟି ରହିବ । ସେହିପରି ଏପ୍ରିଲ ୨୯ରେ ଜମ୍ମୁକଶ୍ମୀରରେ ବ୍ୟାଙ୍କ ବନ୍ଦ ରହିବ ।

Related posts

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Odisha Halchal

ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

Odisha Halchal

Leave a Comment