ଅପରାଧଓଡ଼ିଶା ଖବରନ୍ୟୁଜ୍

ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ

ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ

ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ) ପୋଲିସ କୁ ମିଳିଲା ବଡ଼ ସଫଳତା । ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ ।

ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ନବରଙ୍ଗପୁର ଏସ୍ପି ଏସ ଶୃସି ଙ୍କ ନିର୍ଧେଶ କ୍ରମେ ପାପଡାହାଣ୍ଡି ସବ୍ ଇନ୍ସପେକ୍ଟର ଶିବଜୀ ପଣ୍ଡା ଙ୍କ ନେତୃତ୍ୱରେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ମୃଗ ବିହାର ନିକଟରେ ମୂଲଚାଲ କରୁଥିବା ବେଳେ ଏକ ମହାବଳ ବାଘ ଛାଲ ସହ ଜଣେ ଯୁବକ ଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଯୁବକ ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଗ୍ରାମର କମଲ କୁମାର ମହାନ୍ତି ବୋଲି ସୂଚନା ଦେଇଛି ପୋଲିସ , ଏ ନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହେଡ୍ କ୍ବାଟର ଡ଼ିଏସପି ଚନ୍ଦ୍ର ଶେଖର ହୋତା । ବାଘ ଛାଲ କେଉଁଠୁ ଆଣିଥିଲା ଓ ଏହି ରାକେଟ ରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଡ଼ିଏସପି । ଏଥିରେ ସମୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ !

Related posts

ଉତ୍କଳ ଆଲୁମିନା ବିରୁଦ୍ଧରେ ୧୨୦ କି:ମି: ପଦଯାତ୍ରା

Odisha Halchal

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି

Odisha Halchal

ଶ୍ୱଶୁର ଘରେ ବୋହୂର ଝୁଲନ୍ତା ମୃତଦେହ, ବିବାହକୁ ପୂରିନି ୨ ମାସ

Odisha Halchal

Leave a Comment