ଓଡ଼ିଶା ଖବରନ୍ୟୁଜ୍

ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ର

ମନରେଗା ପାଉଣା ପାଇଁ ବି ଡ଼ି ଓ ଙ୍କୁ ଦାବିପତ୍ର

ନୂଆପଡ଼ା (ବ୍ୟୁରୋ ଓଡ଼ିଶା ହାଲ ଚାଲ):- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ର ଲୋହଡୋ ପାଳି ଗ୍ରାମ ର ଗତ ବର୍ଷ ୨୦୨୨/୨୦୨୩ ର ଜମି ମରାମତି କାମ ହୋଇଥିଲା ।

ଲୋହଡୋ ପାଳି ଚେରେ ମୁଣ୍ଡl ପେଚ ର ମନରେଗା କାମ ର ହିତାଧିକାରୀ କାରି ମାନଙ୍କର ପାଉଣା ଆତ୍ମସାତ କରିଥିବା ନିଜର ହକ ଅଧିକାର ଓ ପରିଶ୍ରମ ର ପାଉଣା କୁ ଜି ଆର ଏସ ଓ ଗାଁ ସାଥି ହଡପ କରିଛନ୍ତି ବୋଲି ଶ୍ରମିକ ମାନେ ଓ ଦଳିତ ଅଧିକାର ମଞ୍ଚ ନୂଆପଡା ର ଜିଲ୍ଲା ସଭାପତି ଶ୍ରୀ ରଞ୍ଜନ ସେନାପତି ଙ୍କ ନେତୃତ୍ୟରେ କୋମନା ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା 1-ଶୀଘ୍ର ହିତାଧିକାରୀ ମାନଙ୍କର ପାଉଣା ଦିଆଯାଉ ।

2- ଜି ଆର ଏସ କୁ ବହିଷ୍କାର କରାଯାଉ । 3-ସେହି ଗ୍ରାମ ର ଗାଁ ସାଥି କୁ ବହିଷ୍କାର କରାଯାଉ । ଏହି ସବୁ ଦାବି ସାତ ଦିନ ମଧ୍ୟରେ ପୂରଣ ନ ହେଲେ ଦଳିତ ଅଧିକାର ମଞ୍ଚ କୋମନା ବ୍ଲକ ସମ୍ମୁଖରେ ଧାରଣା ଦେବ ବୋଲି ଜଣାଇଛନ୍ତି । ଦଳିତ ଅଧିକାର ମଞ୍ଚ ର ବ୍ଲକ ସଭାପତି ଶ୍ରୀ ମୁଖ ସୁନା, କୋମନା ଯୁବ କଂଗ୍ରେସ ସମାଜ ସେବି ଶ୍ରୀଯୁକ୍ତ ନରେନ୍ଦ୍ର ନାଗ ସମାଜ ପଞ୍ଚାୟତ ସଭାପତି ଅସିତ ସେନ ଦୁରିଆ,ଓ ହିତାଧିକାରୀ ମାନେ ଉପସ୍ଥିତ ଦାବିପତ୍ର ପ୍ରଦାନ କରିଛନ୍ତି ।

Related posts

ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ

Odisha Halchal

ମାନସ ମର୍ଡର ମିଷ୍ଟ୍ରି, ଶର୍ମିଷ୍ଠାଙ୍କୁ ନେଇ ହେବ ସିନ୍ ରିକ୍ରିଏସନ୍

Odisha Halchal

ଫାଷ୍ଟଫୁଡ୍ ଦୋକାନ ରେ ଦୋକାନୀ ମାଲିକ ଙ୍କ ମୃତଦେହ ଉଦ୍ଧାର

Odisha Halchal

Leave a Comment