ଓଡ଼ିଶା ଖବରନ୍ୟୁଜ୍

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ 3 ଦିନିଆ ଜିଲ୍ଲା ଯୁବ ରେଡ଼କ୍ରସ ଶିବିର ଆଜି ଉଦଘାଟିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ସଭାପତିତ୍ୱ କରିଥିବା ବେଳେ ପୁରୁଣାକଟକ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l

ଜିଲ୍ଲା ଯୁବ ରେଡ଼କ୍ରସ ର ସମ୍ପାଦକ ଅଧ୍ୟାପକ ଡ଼. ପ୍ରବୀର ଦାସ ସମ୍ମାନୀତ ଅତିଥିଭାବେ ଯୋଗ ଦେବା ସହିତ ଯୁବ ରେଡ଼କ୍ରସ ବୌଦ୍ଧ ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ୱର ଯୋଗୀ ଅତିଥି ପରିଚୟ ପ୍ରଦାନ କରି ଶିବିର ର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ l ପ୍ରଥମେ ରେଡ଼କ୍ରସ ର ପତାକା ଉତ୍ତଳୋନ କରାଯାଇ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l ଏହି ଶିବିରରେ ଜିଲ୍ଲା ର 23ଗୋଟି ମହାବିଦ୍ୟାଳୟକୁ ପ୍ରାୟ 100ସ୍ବେଛାସେବୀ ଏବଂ କlଉନସିଲର ଯୋଗ ଦାନ କରିଥିଲେ l

ଶିବିରରେ ରେଡ଼କ୍ରସ ର ଇତିହାସ, ଲକ୍ଷ୍ୟ,ପର୍ଯ୍ୟାୟ ପ୍ରଶମନ ସଚେତନ HIV/AIDS, ପ୍ରାଥମିକ ଚିକିତ୍ସା, ରକ୍ତଦାନ, ପର୍ଯ୍ୟବେକ୍ଷଣ ସ୍ବେଛାସେବୀ ପ୍ରଭୃତି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ l ଆଜି ରେଡ଼କ୍ରସ ର ଲକ୍ଷ୍ୟ, ଉଦେଶ୍ୟ ବିଷୟରେ ଅଧ୍ୟାପକ ପ୍ରବୀର ଦାସ ପ୍ରଶିକ୍ଷଣ କରିଥିଲେ l ପରେ ଡ଼ଃ ସଞ୍ଜୟ ପଣ୍ଡା ବିପର୍ଯୟ ପ୍ରଶମନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ସଂପୂର୍ଣ୍ଣ ସହଯୋଗ କରିଥିଲେ l

Related posts

ବନ୍ଧୁକ ଦେଖାଇ ଖାଇଲେ ଉତ୍ତମ ମଧ୍ୟମ

Odisha Halchal

କାମ ର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

Odisha Halchal

ମୁସେୱାଲାଙ୍କୁ ହତ୍ୟା କରାଇଥିବା ସ୍ୱୀକାର କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

Odisha Halchal

Leave a Comment