ବରଗଛରେ ଅଚିହ୍ନା ପୋକ। ପୋକ ଗୁଡିକ ଦେଖିବାକୁ ଷଅଁବାଳୁଆ ପରି ପୋକ। ଦେହରେ ଲାଗିଲେ ଦେହ କୁଣ୍ଡେଇ ହେବା ସହିତ ଫଳିଯାଉଥିବା ଦେଖିବାକୁ ମିଳିଛି।
ଏଭଳି ଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବଜାର ଓ ତାର ଆଖପାଖ ଅଞ୍ଚଳରେ। ବହୁ ସଂଖ୍ୟାରେ ବରଗଛରେ ଏଭଳି ପୋକ ଲାଗିରହିଛନ୍ତି। ପୋକ ଲାଗିବା ଫଳରେ ସେ ବାଟ ଦେଇ ଯିବାଆସିବା କରିବା ବିପଦଜନକ ହୋଇପଡିଛି।
ବର ଗଛରୁ ପୋକ ପଡି ଦେହହାତ କୁଣ୍ଡେଇ ହେବାକୁ ଲାଗିଲାଣି। ଏନେଇ ସ୍ଥାନୀୟ ତହସିଲଦାର ଓ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ସେମାନେ ଏହାର କୌଣସି ପ୍ରତିକାର ନେଉ ନଥିବାରୁ କଟକ ଜିଲ୍ଲା ପ୍ରଶାସନକୁ ଜଣାଇ ଥିବାର ସ୍ତାନୀୟ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି।