ଦେଶ ବିଦେଶନ୍ୟୁଜ୍

ସଙ୍କଟ ସମୟରେ ଶ୍ରୀଲଙ୍କାର ଖାଦ୍ୟ ସଙ୍କଟ ଦୂର କରିବାକୁ ଭାରତ ପଠାଇଲା ୪୦୦୦୦ ଟନ୍ ଚାଉଳ

ସଙ୍କଟ ସମୟରେ ଶ୍ରୀଲଙ୍କାର ଖାଦ୍ୟ ସଙ୍କଟ ଦୂର କରିବାକୁ ଭାରତ ପଠାଇଲା ୪୦୦୦୦ ଟନ୍ ଚାଉଳ

ସଙ୍କଟରେ ଶ୍ରୀଲଙ୍କା । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡିପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି ଏଭଳି ସ୍ଥିତିରେ ଏବେ ପଡୋଶୀ ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛି ଭାରତ ।

ବର୍ତ୍ତମାନ ଶ୍ରୀଲଙ୍କାରେ ଅର୍ଥ ଅଭାବରୁ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି ଯାହାକୁ ନେଇ କ୍ଷୁଧା ଦୂର କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ୪୦୦୦୦ ଟନ୍ ଚାଉଳ ଯୋଗାଇ ଦେଇଛି । ଭାରତରୁ ଏହି ସାହାଯ୍ୟ ଶ୍ରୀଲଙ୍କାକୁ କିଛି ମାତ୍ରାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

ଦୀର୍ଘ ବର୍ଷରୁ ଶ୍ରୀଲଙ୍କା ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଥିବା ବେଳେ ଏବେ ପୁରା ଧ୍ୱସ୍ତ ହୋଇ ପଡିଛି। ଏହି ସମୟରେ ଅନେକ ବଡ଼ ବଡ଼ ଦେଶ ମଧ୍ୟ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛନ୍ତି ତଥାପି ସଙ୍କଟରେ ରହିଛି ଶ୍ରୀଲଙ୍କା ।

Related posts

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

Odisha Halchal

ବଡ଼ଦରଲୀପଡା ନାଲା ପୋଲରେ ଏକ ବାଇକ ଦୁର୍ଘଟଣା

Odisha Halchal

ଜଙ୍ଗଲରେ ହାତୀପଲ ଦେଖି ଲୋକେ ଆତଙ୍କିତ

Odisha Halchal

Leave a Comment