ଓଡ଼ିଶା ଖବରନ୍ୟୁଜ୍

ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଂଘର ସଭା ଅନୁଷ୍ଠିତ

ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଂଘର ସଭା ଅନୁଷ୍ଠିତ

ନୂଆପଡା:-(ରିପୋର୍ଟ:-ତେଜୁରାମ ନାଏକ)କୋମନା ବ୍ଲକ ସ୍ଥିତ ସିଲଭାଠାରେ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ଆନୁକୂଲ୍ୟରେ ନୂତନ ରେଜେଷ୍ଟ୍ରି ହୋଇଥିବା ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଙ୍ଘର ସଭା ପାଖାପାଖି ପଂଚାୟତର ଶତାଧିକ ଚାଷୀ ଭାଇଭଉଣୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି.

ପଂଚାୟତ ଓ ବ୍ଲକ ସ୍ତରର ସରକାରୀ କୃଷି ଅଧିକାରୀ, ସଙ୍ଘର ବୋର୍ଡ଼ ଅଫ ମେନେଜମେଣ୍ଟ ସଭ୍ୟ, ସଭାପତି, ସମ୍ପାଦକ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିମାନେ ଉପସ୍ଥିତ ରହି ସଙ୍ଘର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ. ସଙ୍ଘର ସଭ୍ୟ ସଂଖ୍ୟା ବୃଦ୍ଧି ହେବା, ବ୍ୟବସାୟ ଯୋଜନା, ଉନ୍ନତି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା.

କ୍ଲଷ୍ଟର ବେଜଡ଼ ଅର୍ଗାନାଇଯେସନ ଭାବେ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ତରଫରୁ ମୁଖ୍ୟ ଡ଼ଃ ଶାଶ୍ୱତୀ ପଟ୍ଟନାୟକ, ବୈଜ୍ଞାନିକ କ୍ଷୀରୋଦ ବିଶ୍ୱାଳ, ସମ୍ପ୍ରସାରଣ ବିଶେଷଜ୍ଞ ଶ୍ରୀଲଖନ ଲାଲ ମୀନା, କାର୍ଯ୍ୟକ୍ରମ ସହାୟକ ଶ୍ରୀ ବିଦ୍ୟାଧର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ. ଉକ୍ତ ସଭାକୁ ଶ୍ରୀ ଜଗନ୍ନାଥ ଶବର, ଶ୍ରୀ ସାମନ୍ତ ଶବର, ଶ୍ରୀ ହେତୁ ଦାସ ପ୍ରମୁଖ ସଂଯୋଜନା କରିଥିଲେ. ଏଥିରେ ହୋଇଥିବା ଉତ୍ପାଦକ ସଙ୍ଘର ସଭ୍ୟସଭ୍ୟାମାନଙ୍କର ଭାଗିଦାରୀ କିଭଳି ଏହି ସଂଗଠନକୁ ଆହୁରି ଆଗକୁ ଉନ୍ନତି ପଥରେ ଆଗେଇବେ ତାହା ଆଲୋଚନା ହୋଇଥିଲା. ପରିଶେଷରେ ସଭାକୁ ଧନ୍ୟବାଦ ଅର୍ପଣ କରି ସମାପ୍ତ କରାଗଲା.

Related posts

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

Odisha Halchal

ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

Odisha Halchal

ଓଲଟିଲା ପିକଭ୍ୟାନ୍ରୁ ଦୁଇ ମୃତ 9ଗୁରୁତର ମେଡିକାଲ୍ବରେ ଭର୍ତି

Odisha Halchal

Leave a Comment