ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ

୭୦ ବର୍ଷ କାଳ ଦୁଇ ବେଳା ମନ୍ଦିର ପ୍ରସାଦ ଖାଇ କାଟୁଥିଲା ଜୀବନ ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ । କେରଳର କାସରଗୋଡ଼ ଶ୍ରୀ ଆନନ୍ଦପଦ୍ମାନାଭ ମନ୍ଦିରରେ ମୃତ୍ୟୁ ହୋଇଛି । ଏହି ଶାକାହାରୀ କୁମ୍ଭୀର ଟି ଏକ ଆକର୍ଷଣୀୟ ଜୀବ ଥିବା ବେଳେ ଏହାର ମୃତ୍ୟୁକୁ ନେଇ ଚାରିଆଡ଼େ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସାଧାରଣତଃ କୁମ୍ଭୀର ମାନେ ମାଂସାହାରୀ ଥିବା ବେଳେ ଶାକାହାରୀ କୁମ୍ଭୀରକୁ ଦେଖିବା ପାଇଁ ଦୁର ଦୁରାନ୍ତରରୁ ଲୋକଙ୍କ ସୁଅ ଛୁଟିଥାଏ । ମନ୍ଦିରର ପୁଜକଙ୍କ କହିବା ମୁତାବକ କୁମ୍ଭୀରଟି ସାରା ଦିନ ଗୁମ୍ଫାରେ ଥିବା ବେଳେ ଦ୍ୱିପହରରେ ବାହାରକୁ ଆସିଥାଏ ।

ମନ୍ଦିରରେ ଦୁଇ ବେଳା ଦିଆଯାଉଥିବା ପ୍ରସାଦକୁ ଖାଇ କୁମ୍ଭୀରଟି ରହୁଥିବା ବେଳେ କାହାକୁ କେବେ ଆକ୍ରମଣ କରି ନଥାଏ । ହେଲେ ଆଜି ଅଚାନକ ତାର ମୃତ୍ୟୁକୁ ନେଇ ସାରା ମନ୍ଦିର ଓ ଆଖପାଖ ଅଚଂଳ ସ୍ତବ୍ଧ ହୋଇଯାଇଛନ୍ତି ।

Related posts

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

Odisha Halchal

ପ୍ରାର୍ଥନା କ୍ଲାସରେ ବିଳମ୍ବରେ ପହଞ୍ଚିବାରୁ ଶହେ ଥର ଉଠବସ୍ କରାଇଲେ ଶିକ୍ଷକ, ୭ ଛାତ୍ରୀ ଅସୁସ୍ଥ

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ: ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଦାବି କଲା ବ୍ରିଟେନ୍‌, ପ୍ରଭାବକୁ ନେଇ ବଢିଲା ବିଶ୍ୱ ସମୁହର ଚିନ୍ତା

Odisha Halchal

Leave a Comment