ଅପରାଧଓଡ଼ିଶା ଖବରନ୍ୟୁଜ୍

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

ବଲାଙ୍ଗୀର :-(ନି :ପ୍ର )ଗତ ମଙ୍ଗଳ ବାର ରେ ଯଉ ହତ୍ୟା କାଣ୍ଡ ଘଟିଥିଲା ତାହା ପୋଲିସ ହାତ ରେ ଖୁବ ଶୀଘ୍ର ହିଁ ଧରାପଡ଼ିଯାଇଛି |ସଇଁତଲା ପୋଲିସ କୁ ବଡ ସଫଳତା | ବହୁ ପ୍ରେମ ରେ କଣ୍ଟା ସାଜିଥିଲା ଶାଶୁ, ବହୁ ର ଅନେ୍ୟତିକ ସମ୍ପର୍କ ବିଷୟ ରେ ଶାଶୁ ଯାଣି ଯାଇଥିଲେ ଏବଂ ତାକୁ ବାରଣ କରିବା ରୁ ସେ ଶାଶୁ ରତିନୀ ରଣା କୁ ରାସ୍ତା ରୁ ହଟେଇବା ପାଇଁ ବହୁ ନିରୁପମା ରଣା ଓ ପ୍ରେମିକ ଡୁଲେଶ୍ୱର ରଣା ମିଶି ଷଡଯନ୍ତ୍ର ରଚିଥିଲେ | ଘୁଂସର ଗ୍ରାମପଞ୍ଚାୟତ ର ଭେଡେନ ଜଙ୍ଗଲ ଠାରେ ଏ ଘଟଣା ଘଟିଥିଲା |ଯୁବତୀଙ୍କ ମୃତ ଶରୀର ଉଦ୍ଧାର ଘଟଣା ର ଫର୍ଦପାସ କରିଛି ସଇଁତଳା ପୋଲିସ | ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ ଡି ପିଓ ଅଙ୍କିତା କୁମ୍ଭାର ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଙ୍କୁ ଘଟନସ୍ଥଳ କୁ ନେଇ ସିନ ରିକ୍ରେସନ କରାଯାଇଥିଲା |

ଠୁର୍ଣ୍ଣି କାର୍ନି ଗାଁ ର ହରି ରଣା ଙ୍କ ବାହାଘର କୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସନ୍ତାନ ପ୍ରାପ୍ତ ହଉନଥିବା ରୁ ପରିବାର ଲୋକ ମଧ୍ୟ ରେ ଅସନ୍ତୋଷ ଦେଖାଯାଇଥିଲା |ସନ୍ତାନ ପାଇବା ଆସା ରେ ତୁଷୁରା ଥାନା ତରସୁଗୁଡା ଗାଁ ର ତାରିଣୀ ଦେବୀଙ୍କୁ ପୂଜା ଅର୍ଚନା କରୁଥିବା ଜଗନ୍ନାଥ ରଣା ଙ୍କ ପାଖକୁ ଯାଇ କିଛି ବର୍ଷ ତଳେ ପୂଜା ଅର୍ଚନା କରିଥିଲେ କୌଣସି ସୁଫଳ ହେଲା ନାହିଁ କିନ୍ତୁ ସମ୍ପର୍କ ର ଖାତିର ନକରି ନିରୁପମା ପୂଜକ ପୁଅ ଙ୍କ ସହିତ ଅନ୍ୱେତିକ ସମ୍ପର୍କ ରେ ଡୁବି ଯାଇଥିଲ | ହେଲେ ଶାଶୁ ତାଙ୍କ ସମ୍ପର୍କ ବିଷୟ ରେ ଜାଣି ଯାଇଥିବା ରୁ ରାସ୍ତା ରୁ ହଟେଇବା ପାଇଁ ଷଡଯନ୍ତ୍ର ରଚିଥିଲେ ଉଭୟେ ମାଉସୀ ପୁତୁରା |

ଜଙ୍ଗଲ ଭିତରେ ହତ୍ୟା କରି ଜାଳିଦେଇଥିଲେ ମାଉସୀ ଓ ପୁତୁରା |ଅଭିଯୁକ୍ତ ହେଲେ ତୁଷୁରା ଥାନା ତରସୁଗୁଡା ଜଗନ୍ନାଥ ରଣା ଙ୍କ ପୁଅ ଡୁଲେଶ୍ୱର ରଣା ଏବଂ ଠୂର୍ଣ୍ଣି କାନି ଗାଁ ର ନିରୁପମା ରଣା ଙ୍କ ସହ ମିଶି ରାତିନୀ କୁ ହତ୍ୟା କରିବାର ସ୍ୱୀକାର ମଧ୍ୟ୍ୟ କରିଛନ୍ତି. ପ୍ରକାଶ ଯେ ସଇଁତଲା ବ୍ଲକ ଘୁଂସର ପଂଚାୟତ ଦେଢ଼ଲ ଜଙ୍ଗଲ ରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହଁ କୁ ଗତ ମଙ୍ଗଳବାର ଦିନ ଉଦ୍ଧାର କରିଥିଲା ହେଲେ ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳିଦେଇ ହତ୍ୟା କରାଯାଇଥିଲା | ଖବର ପାଇବା ପରେ ଘଟଣା ସମ୍ପର୍କ ରେ ଟିଟିଲାଗଡ଼ ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନୀ ସାହୁ, ଏ ଏସ ଆଇ ଥବିର ମହାରଣା ସମେତ ପୋଲିସ ପ୍ରଶାସନ ଘଟଣା ସମ୍ପର୍କ ରେ ତଦନ୍ତ କରିଥିଲେ |

ସକାଳୁ ରତନୀ ତାଙ୍କର କପା ବିଲକୁ ଆସିଥିଲେ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ବୁଧବାର ସକାଳୁ ସ୍ଥାନୀୟ ଜଙ୍ଗଲ ରୁ ତାଙ୍କ ପୋଡା ଅର୍ଦ୍ଧ ଦଗ୍ଧ ମୃତ ଦେହ କୁ ଦେଖିବାକୁ ପାଈବାପରେ ପୋଲିସ କୁ ଖବର ଦେଇଥିଲେ, ପରେ ପୋଲିସ ଆସି ତଦନ୍ତ କରିବାରୁ ତାଙ୍କ ନିକଟରେ 2 ଟି ଚପଲ, ଗୋଟିଏ ଛୋଟ ଧାରୁଆ ଚାକୁ, କିଛି କପଡା ଉଦ୍ଧାର କରିଥିବା ସୂଚନା ଦେଇଥିଲେ, ଘଟଣା ସ୍ଥଳ ରେ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରିଥିବା ବେଳେ ଘଟଣା ରେ ପରିବାର ଲୋକେ ସାମିଲ ନାହାଂତି ତ ବୋଲି ବିଭିନ୍ନ ମହଲ ରେ ଅନେକ ଚର୍ଚ୍ଚା ମଧ୍ୟ ଦେଖା ଦଉଥିଲା ଏବଂ ଘଟଣା ଟି ସତ୍ୟ ମଧ୍ୟ ହେଲା | ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପୋଲିସ ସୂତ୍ର ରୁ ସୂଚନା ମିଳିଛି |

Related posts

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ।

Odisha Halchal

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

Odisha Halchal

ଶେଷ ଖାଇବା ହେଲା ବିବାହ ଭୋଜି

Odisha Halchal

Leave a Comment