ଓଡ଼ିଶା ଖବରନ୍ୟୁଜ୍

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

କେନ୍ଦ୍ରାପଡ଼ା(ବ୍ୟୁରୋ ଓଡ଼ିଶା ହାଲଚାଲ ):-ପୋଲିସ ଅଧିକାରୀ ବିରୋଧରେ ପୋଲିସ ଅଧିକାରୀଙ୍କ ଅଭିଯୋଗ।ଖାକିରେ ଦାଗ। ପୋଲିସ ଅଧିକାରୀ ବିରୋଧରେ ଆଉ ଜଣେ ପୋଲିସ ଅଧିକାରୀଙ୍କ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନାରେ ଏପରି ଘଟଣା ସାମ୍ନାକୁ ଆସିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଆଇଆଇସି ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସେହି ଥାନାର ସବ ଇନ୍ସପେକ୍ଟର।ଆଇଆଇସି ତାଙ୍କୁ ଜାତିଆଣ ଆକ୍ଷେପ, ଅସଭ୍ୟ ଭାଷାରେ ଗାଳିଗୁଲଜ, ହାଜତରେ ଭର୍ତ୍ତି କରିଦେବାକୁ କହି ଧମକ ଚମକ ଦେବା ଭଳି ଅଭିଯୋଗ କରିଛନ୍ତି ସବ ଇନ୍ସପେକ୍ଟର।

ସଂପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଡିଜିଙ୍କ ନିକଟରେ ଦାବି କରିଛନ୍ତି ସବ୍ ଇନ୍ସପେକ୍ଟର। ଯାହାର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ପୋଲିସ ଏଭଳି ହେବ ତାହେଲେ ସାଧାରଣ ଜନତା ଭରଷା କରିବେ କାହାକୁ।

Related posts

ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

Odisha Halchal

ଦୁଇ ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ପୋଲିସ

Odisha Halchal

ସୀମା ଟପିଲା ବର୍ବରତା, ଶାଶୂ ଉପରେ ଇଟା ଲଦିଦେଲା ବୋହୂ

Odisha Halchal

Leave a Comment