ଓଡ଼ିଶା ଖବରନ୍ୟୁଜ୍

ପୁଣି ବାହା ହେବେ ବିଧାୟକ!

ପୁଣି ବାହା ହେବେ ବିଧାୟକ!

କଳାହାଣ୍ଡି(ବ୍ୟୁରୋ ଓଡିଶା ହାଲଚାଲ):- ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି ଦିବ୍ୟଶଙ୍କର ମିଶ୍ର। ଥରେ ବାହା ହୋଇ ଛାଡପତ୍ର ଦେଇ ପୁଣି ବାହା ହେବାକୁ ଯାଉଛନ୍ତି ଦିବ୍ୟଶଙ୍କର ମିଶ୍ର। ବିବାଦରେ ପଡି ବଦନାମ ହୋଇଥିଲେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପୁଣି ବିବାହ କରିବାକୁ ଯାଉଛନ୍ତି।

ଦିବ୍ୟ ଶଙ୍କର ମିଶ୍ର ନିଜ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଫେବ୍ରୁଆରୀ ଶେଷ ସପ୍ତାହରେ ପୁରୀ ଠାରେ ବିବାହ କରିବେ ବୋଲି ସୂଚନା ମିଳିଛି। ଏହା ଉଭୟଙ୍କ ଦ୍ଵିତୀୟ ବିବାହ ହେବ ବୋଲି ଜଣା ପଡିଛି।

ଦିବ୍ୟଶଙ୍କର ପୂର୍ବରୁ ଜୟପୁର ରେ ବିବାହ କରିଥିଲେ। କୈଣସି କାରଣକୁ ନେଇ ସେ ଛାଡ଼ପତ୍ର ଦେଇଥିଲେ। ବର୍ତମାନ ଦିବ୍ୟଶଙ୍କର ଙ୍କର ପୁଅ ଦୁବାଇରେ ପାଠ ପଢୁଥିବା ଜଣା ପଡିଛି। ଏହି ଖବରକୁ ନେଇ ଏବେ କଳାହାଣ୍ଡି ଜିଲ୍ଲା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଦ୍ୱିତୀୟ ବିବାହକୁ ନେଇ ଦିବ୍ୟଶଙ୍କର କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

Related posts

କସମେଟିକ ସର୍ଜରୀ ନେଲା ଜୀବନ

Odisha Halchal

ପାଣିରେ ପଡି ଦୁଇ ଶିଶୁ କନ୍ୟାର ମୃତ୍ୟୁ

Odisha Halchal

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

Odisha Halchal

Leave a Comment