ଅପରାଧଓଡ଼ିଶା ଖବର

ସୀମା ଟପିଲା ବର୍ବରତା, ଶାଶୂ ଉପରେ ଇଟା ଲଦିଦେଲା ବୋହୂ

ସୀମା ଟପିଲା ବର୍ବରତା। ଜନ୍ମ କଲା ମା’କୁ ଭୁଲିଗଲା ପୁଅ। ତା’ ସହ ଶାଶୂ ଉପରେ ଅକଥନୀୟ ଅତ୍ୟାଚାର କଲା ବୋହୂ। ବଞ୍ଚି ଥାଉ ଥାଉ ଶାଶୂକୁ ଇଟା ପୋତିଦେଲା ବୋହୂ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ବୋହୂ କିଛି ଶୁଣୁନି। ଶାଶୂ ଉପରେ ବାରମ୍ବାର ଇଟା ଉପରେ ଇଟା ଲଦି ଚାଲିଛି। କାନ୍ଦି କାନ୍ଦି ବୃଦ୍ଧା ଜଣଙ୍କ ନୟାନ୍ତ ହେଲେ ମଧ୍ୟ ପୁଅ ବି ପାଖ ମାଡୁନି।

ଜମିବାଡି ବିବାଦକୁ କେନ୍ଦ୍ର କରି  ଦଶରଥପୁର ବ୍ଲକ ଦତ୍ତପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଏବେ ମୋବାଇଲ୍‌ରୁ ମୋବାଇଲ ଘୁରି ବୁଲୁଛି।

ଦତ୍ତପୁର ଗାଁର ମାଟିରାଣୀ ବେହେରା। ତାଙ୍କର ୪ ପୁଅ ୪ ବୋହୂ। ତେବେ ତାଙ୍କ ଘରେ କିଛି ଦିନ ହେବ ଜମିବାଡିକୁ ନେଇ ପାରିବାରିକ କଳହ ଲାଗିଥିଲା। ଭାଇ ଭାଇ ମଧ୍ୟରେ ହୋଇଥିଲା ଝଗଡା। ଶେଷରେ ରାଗି ଯାଇ ପୁଅ ବୋହୂ ଜନ୍ମ କଲା ମା’ ଉପରେ ସବୁ ରାଗ ସୁଝାଇଥିବା ଜଣାପଡିଛି। ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Related posts

ପୋଲିସ୍ ଇନଫର୍ମର୍ ସଂନ୍ଦେହରେ ମାଓବାଦୀଙ୍କ ଗୁଳି ମାଡ଼ ଘଟଣା

Odisha Halchal

ହଜିବାକୁ ବସିଲେଣି ବାଉଁଶ କାରିଗର

Odisha Halchal

ମହାକାଳପଡାରେ ଫୁଟିଲା ଗୁଳି, ଗୋଟିଏ ପରିବାରର ୩ ଜଣ ଗୁରୁତର

Odisha Halchal

Leave a Comment