ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୁଇ ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ପୋଲିସ

ଦୁଇ ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ପୋଲିସ

ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ନବରଙ୍ଗପୁର ପୋଲିସ କୁ ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନ ର ଦୁଇ ହାର୍ଡକୋର ମାଓବାଦୀ ଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଏନେଇ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ । ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ସଂଗ୍ରଖିତ ଜଙ୍ଗଲ ମଧ୍ୟରୁ ଗିରଫ ହୋଇଛନ୍ତି ଏହି ଦୁଇ ମାଓବାଦୀ । ସିଆରପିଏଫ ଏସଓଜି ଓ ଡିଭିଏଫ ର ମିଳିତ କମ୍ବିଂ ସମୟରେ ଆଜି ସକାଳେ ଏମାନେ ଗିରଫ ହୋଇଛନ୍ତି ।

ସେଥିମଧ୍ୟରୁ ଜଣେ ହାର୍ଡ କର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ହାର୍ଡ କର ମାଓବାଦୀ ହେଲେ ପୂଜା ମାଣ୍ଡଭି ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ । ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭି ଙ୍କ ଘର ହୋଇଥିବା ବେଳେ ଓଡିଶା ର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘ ଙ୍କ ଘର । ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଘଠନ ରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ ରୁ ସକ୍ରିୟ ଅଛନ୍ତି । ନୂଆପଡା ଅଞ୍ଚଳ ରେ ହୋଇଥିବା ବିଭିନ୍ନ ଫାଇରିଂ କେଶ ରେ ଜଡିତ ଥିବା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମ ରେ ଜଡିତ ଥିବା ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଡ଼ିଆଇଜି ।

ଏଥିସହ ମିଲିସିଆ ସମୁଦ୍ର ବାଘ ମଧ୍ୟ ପୋଷ୍ଟରିଂ ଓ କ୍ୱାକ ଭାବେ କାର୍ଯ୍ୟରତ ଥିଲେ । ପୂଜା ମାଣ୍ଡଭି ଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନ ରେ ଧରା ପଡିଥିବା ନେଇ ଡିଆଇଜି ପ୍ରେସ ମିଟ ରେ ସୂଚନା ଦେଇଛନ୍ତି । ପୂଜା ମାଣ୍ଡଭି ଛତିଶଗଡ଼ ଅଞ୍ଚଳ ରେ ହୋଇଥିବା ବେଳେ ସେ ଥିରେ କେଉଁ କେଉଁ ଘଟଣା ରେ ଜଡିତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ପରେ ସ୍ୱଷ୍ଟ ସୂଚନା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ।

Related posts

ପୁଣି ୟୁକ୍ରେନକୁ ୭୫୦ ମିଲିୟନ ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

Odisha Halchal

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

Odisha Halchal

ବାଇକକୁ ଧକ୍କାଦେଲା ଟ୍ରକ

Odisha Halchal

Leave a Comment