ଓଡ଼ିଶା ଖବରନ୍ୟୁଜ୍

ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଚାଷୀ

ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଚାଷୀ

ବୌଦ୍ଧ:-ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କଲେ ଶତାଧିକ ଚାଷୀ । ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ଫଳରେ ଶୀତ କାକର ରାତିରେ ଜଗୁଛି ଚାଷୀ ।

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଧାନ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମିଲରର ମନମାନି ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ସେତିକି ନୁହେଁ ୩ରୁ ୫ଟଙ୍କା ପର୍ଯ୍ୟନ୍ତ କଟନୀ ଛ।ଟନୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରାୟ ୩୦ଖଣ୍ଡ ଗ୍ରାମର ଚାଷୀମାନେ ଏହି ମଣ୍ଡିରେ ଧାନ ଦେଇଥାନ୍ତି । ଚଳିତ ମାସ ୨ତାରିଖରୁ ଆଜି ପର୍ଯ୍ୟନ୍ତ ମଣ୍ଡିରେ ଧାନ ପଡି ରହିଛି ।

ଫଳରେ ମଣ୍ଡିକୁ ମିଲର ଗାଡି ନ ପଠାଇବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିଲେ । ହେଲେ ମିଲରର ମନମାନି ଯୋଗୁଁ କ୍ଷତି ସହୁଛି ଚାଷୀ । ତୁରନ୍ତ ଏହାର ସମାଧାନ କରନ୍ତୁ ନ ହେଲେ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।ନବିନ ମେହେର, ବନମାଳୀ ଡାଙ୍ଗ, ରମେଶ ଡାଙ୍ଗ, ମହେନ୍ଦ୍ର ମେହେର, ଭାସ୍କର ନାଏକ, ରମଗୋପାଳ ମେହେର, ପରସୁ ମେହେର, ନିରଞ୍ଜନ ମେଣ୍ଡିଲିଙ୍କ ସମେତ ଶତାଧିକ ଚାଷୀ ଏହି ରାସ୍ତା ଅବରୋଧରେ ସାମିଲ ହୋଇଥିଲେ ।

Related posts

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

Odisha Halchal

୩ ମାସ ପାଇଁ ବନ୍ଦ ରହିବା ମହାନାଦୀ ମଝୀ ପୋଲ, ଜାଣନ୍ତୁ କିପରି କରିବେ ଯିବା ଆସିବା

Odisha Halchal

ବନ୍ଧୁକ ଦେଖାଇ ଖାଇଲେ ଉତ୍ତମ ମଧ୍ୟମ

Odisha Halchal

Leave a Comment