ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମାନସ ହତ୍ୟା ମାମଲା: ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ପୋଲିସ୍ ର ରେଡ଼୍‌

ମାନସ ହତ୍ୟା ମାମଲା ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ପୋଲିସ୍ ର ରେଡ଼୍‌

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ପୋଲିସ୍ ରେଡ଼୍ କରିଛି । ଏୟାରଫିଲ୍ଡ ଥାନା ଅଚଂଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ଼୍ କରି ଚାନ୍ଦବାଲି ପୋଲିସ୍ ।

କେବଳ ଏତିକି ନୁହେଁ ତାଙ୍କ ଅଫିସ୍ ରେ ମଧ୍ୟ ରେଡ଼୍ କରୁଛନ୍ତି ୩ ଜଣିଆ ପୋଲିସ୍ ଟିମ୍ । କିଛି ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ୍ । ଶର୍ମିଷ୍ଠା ରାଉତଙ୍କ ସର୍ମ୍ପକୀୟଙ୍କ ଘରେ ମଧ୍ୟ ରେଡ଼୍ ଚାଲିଛି ।

ଆଜି ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଛି ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବଜାକୁ ନେଲା ପୋଲିସ । ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶ ବିଜୟୱାଡାରୁ ପୋଲିସ ଧରିଛି ।

ପରମେଶ୍ୱର ବିଜୟୱାଡାରୁ ରହି ଶର୍ମିଷ୍ଠାଙ୍କୁ ଫେରାର ପ୍ଲାନ୍ କରୁଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ ସେହି ପ୍ଲାନ କରିଥିଲେ ପରମେଶ୍ୱର । ତେବେ ଏହି ମାମଲାରେ ପରମେଶ୍ୱରଙ୍କ ଠାରୁ ଅନେକ ଗୁମର ଫିଟିପାରେ ବୋଲି ଆଶା କରାଯାଉଛି ।

ସେଠାରେ ପରମେଶ୍ୱରଙ୍କୁ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି । ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମୋବାଇଲ ବ୍ୟବହାର କରୁଥିବା ପୋଲିସ ଅନୁମାନ କରୁଛି ।

Related posts

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

Odisha Halchal

ବୁଢା ବୟସରେ ଧାନ ବିଲରେ ପ୍ରେମ

Odisha Halchal

ପ୍ରସିଦ୍ଧ ଝାମୁଯାତ୍ରା ଆସନ୍ତା 8 ରୁ ଆରମ୍ଭ

Odisha Halchal

Leave a Comment