ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

ଗୁଡାରୀ:-ଓଡିଶା ହାଲଚାଲ (ରିପୋର୍ଟ-ମକରଧ୍ଵଜ କାଦମ୍ବlଲୁ)ରାୟଗଡା ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥର ମୁଚିକି ପଦର ଛକ ନିକଟରେ ମଇଁଷି ଗୋଠକୁ ମୋଟର ସାଇକେଲ ଧକ୍କା ଦେବା ଫଳରେ ବାଇକ ଆରୋହି ଗୁରୁତର ହୋଇ ତଳେ ପଡିଯାଇଥିଲେ ।

ସୂଚନା ଅନୁଯାୟୀ ଶନିବାର ସଂନ୍ଧ୍ୟା ୭ ଘଣ୍ଟା ସମୟରେ ନାଇରା ଗ୍ରାମରୁ  ମୋଟର ସାଇକେଲରେ ପଦ୍ମପୁର ଆସିବା ସମୟରେ ମୁଚିକି ପଦର ଛକ ଏକ ଫେମିଲି ହୋଟେଲ ନିକଟରେ ମଇଁଷି ଗୋଠକୁ ବାଇକ ଆରୋହି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଦୁର୍ଘଟଣାର ମୂର୍ତ୍ତୃ  ହୋଇଛନ୍ତି । ମୂର୍ତ୍ତ ଯୁବକ ଜଣକ ହେଉଛନ୍ତି ନାଇରା ଗ୍ରାମର ଗିରି ଶବର ବୟସ ୩୫  ଅଟେ ।

ମଇଁଷି ଗୋଠ ଯିବା ସମୟରେ ହଠାତ ଭାରସାମ୍ୟ ହରାଇ  ଦୁର୍ଘଟଣା ଘଟିଛି ।ସଙ୍ଗେ ସଙ୍ଗେ ଖବର ଶୁଣି   ପଦ୍ମପୁର ୧୦୮ ଆମ୍ବୁଲାନ୍ସ  ଘଟଣା ସ୍ଥଳରେ ପହଞ୍ଚି ସେହି ଯୁବକଙ୍କୁ  ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। (ରାୟଗଡା ଗୁଡାରୀ ରୁ ମକରଧ୍ଵଜ କାଦମ୍ବlଲୁ ଙ୍କ ରିପୋର୍ଟ ଓଡିଶା ହାଲଚାଲ )

Related posts

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

Odisha Halchal

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ

Odisha Halchal

Leave a Comment