ଅପରାଧଓଡ଼ିଶା ଖବରନ୍ୟୁଜ୍

ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ

ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ

କଟକ:-ବଧୂ ହତ୍ୟାର ଆଉ ଏକ ବିକଳ ଚିତ୍ର ମାହାଙ୍ଗାରେ ଗଡ଼ିଲା ନବ ବଧୁର ମୁଣ୍ଡ ହତ୍ୟାକୁ ଆତ୍ମହତ୍ୟା କହି ଲୁଚେଇବା ପାଇଁ ଚେଷ୍ଟା ଅଭିଯୋଗ ଆଣିଲେ ନବବଧୁର ବାପା, ମା ଯୌତୁକ ପାଇଁ ମାରିଦେଇଛନ୍ତି ତାଙ୍କ ଝିଅକୁ ବିବାହ ଭଳି ପବିତ୍ର ବନ୍ଧନରେ ଏବେ ଦିନକୁ ଦିନ ଲାଗୁଛି ପୂର୍ଣ୍ଣ ଛେଦ।

କେତେବେଳେ କିଏ ବିବାହ କରି ଯୌତୁକ ପାଇଁ ମାରିଦେଲଣି ତ ଆଉ କେତେବେଳେ ବିବାହ କରି ଡିଭୋର୍ସ ଦେଲାଣି।ତେବେ ଏହି ଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋପାଳପୁର ପଞ୍ଚାୟତ ରେ ଯେଉଁଠି ଏକ ନବ ବଧୂକୁ ମାନସିକ, ଶାରୀରିକ ନିର୍ଯାତନା ଦେଇ ମାରିଦେଲେ ଆଉ ପ୍ରତିକ୍ରିୟାରେ କହୁଛନ୍ତି ଆତ୍ମ୍ୟାହତ୍ୟା କରିଥିବା କଥା ବିବାହର ମାତ୍ର 2 ବର୍ଷ ପରେ କିନ୍ତୁ ନବ ବଧୂଙ୍କୁ ମାରିଦେଲେ ଯାହା ଝିଅର ବାପ ଘର ଲୋକେ ଅଭିଯୋଗ କରିଛନ୍ତି।

ପୋଡାମରାଇ ପଞ୍ଚାୟତ ଏରକଣା ଗ୍ରାମର ସୁନାକାର ନାୟକଙ୍କ ଝିଅ ଲିଜାମ୍ବିନୀ ନାୟକଙ୍କୁ ବୈଦିକ ରୀତିନୀତିରେ ଗୋପାଳପୁର ଗ୍ରାମର ସୁନୀଲ ପ୍ରଧାନଙ୍କ ସାନ ପୁଅ ରଞ୍ଜନ ପ୍ରଧାନଙ୍କୁ ବିବାହ କରିଥିଲେ ।ଯୌତୁକ ନମିଳିବାରୁ ବିବାହର କିଛି ମାସ ପରେ ଆରମ୍ଭ ହୋଇଥିଲା ନବ ବଧୂଙ୍କୁ ନିର୍ଯାତନା ଦେବା।ଶାଶୁ, ନଣନ୍ଦ, ସ୍ୱାମୀ ମିଶି ଅତ୍ୟାଚାର କରୁଥିଲେ ଆଉ ତା ପରେ ଆଜି ସକାଳେ ହତ୍ୟା କରିଛନ୍ତି  ଯାହାକୁ ନେଇ ଅଭିଯୋଗ କରିଛନ୍ତି ଝିଅର ବାପା, ମା ।

କିନ୍ତୁ ଏପଟେ ଶ୍ୱଶୁର ଆଉ ସ୍ୱାମୀଙ୍କ ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଓଲଟା ତାଙ୍କ କହିବା ମୁତାବିକ ସେମାନେ କିଛି ବି କରିନାହାନ୍ତି ।ଆଉ ସବୁବେଳେ ତାଙ୍କ ବୋହୁ ଧମକ ଦେଉଥିଲା ଫାଶୀ ଲଗେଇ ମରିଯିବା ପାଇଁ । ଆଉ ସ୍ୱାମୀ ମଧ୍ୟ ଠିକ ସେଇୟା କହୁଛନ୍ତି ।ତେବେ ଘଟଣା ସ୍ଥଳରେ ପୋଲିସ ଆଉ ସାଇଣ୍ଟିଫିକ ଟିମ ପହଁଞ୍ଚି ତଦନ୍ତ ଜାରିରଖିଛି।ତେବେ ସତ୍ୟ କଣ ହତ୍ୟା ନା ଆତ୍ମହତ୍ୟା ତାହା ପୋଷ୍ଟ ମୋଟମ ରିପୋର୍ଟ ପରେ ଜଣା ପଡ଼ିବ ।

Related posts

ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌, ସର୍କୁଲାର ଜାରି କଲା ଜାତୀୟ ମେଡିକାଲ କମିଶନ

Odisha Halchal

ଜଳେଶ୍ବର ରୁ ନବୀନ ନିବାସ

Odisha Halchal

ଭୋଟ୍ ଗ୍ରହଣ ସମୟରେ ଟଙ୍କା ବାଣ୍ଟିବା ଅଭିଯୋଗ, ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

Odisha Halchal

Leave a Comment