ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଆରଆଇ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ନବରଙ୍ଗପୁର ତହସିଲ ସାନମସିଗାଁ ସର୍କଲ ଏଆରଆଇ ଜଗଦୀଶ ବେହେରା ।
ଲିଗାଲାହେର ସାର୍ଟିଫିକେଟ ଦେବାପାଇଁ ସାନ ମସିଗାଁ ର ବୈଜୟନ୍ତି ଭତରା ନାମକ ମହିଳାଙ୍କୁ ୫ ହଜାର ଟଙ୍କା ଲାଞ୍ଚମାଗିଥିଲେ ଏଆରଆଇ ଜଗଦୀଶ ବେହେରା। ହିତାଧିକାରୀଙ୍କ ଘରକୁ ଯାଇ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ନବରଙ୍ଗପୁର ଭିଜିଲାନ୍ସ ଟିମ ଏଆରଆଇ ଜଗଦୀଶ ବେହେରାଙ୍କୁ ଧରିଥିଲା ।
ଘଟଣା ସ୍ଥଳ ରୁ ଏ ଆର ଆଇ ଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ କୁ ଆଣି ଅଧିକା ପଚରା ଉଚରା ଜାରୀ ରଖିଛନ୍ତି ଭିଜିଲାନ୍ସ ଟିମ l ଅଧିକ ତଦନ୍ତ ପରେ ଘଟଣା ର ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ l ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବାରୁ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ