ଓଡ଼ିଶା ଖବରନ୍ୟୁଜ୍

ଦୁଇ ଦଫା ଦାବି ନେଇ ଶ୍ରମିକ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ

ଦୁଇ ଦଫା ଦାବି ନେଇ ଶ୍ରମିକ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ

ଦୁଇ ଦଫା ଦାବି ନେଇ ଶ୍ରମିକ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଭାରତୀୟ ମଜଦୁର ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ରେ ଧାନ ମଣ୍ଡି ହେମାଲ ଶ୍ରମିକ ମାନଙ୍କ ମଜୁରୀ ପୂର୍ବରୁ ୧୧.୧୯ ପଇସା ପାଉଥିଲେ କିନ୍ତୁ ୨୦୧୭ ରୁ ୨୦୧୮ ମସିହା ଠାରୁ ତାହା ଆଠ ଟଙ୍କା ତେଆଲିଶ ପଇସା ରାଜ୍ୟ ସରକାର କମାଇ ଦେଇଛନ୍ତି l

ବର୍ତ୍ତମାନ ସବୁ ସାମଗ୍ରୀ ମହଙ୍ଗା ହେବାରୁ ଭତ୍ତା ପ୍ରଦାନ କରୁଛନ୍ତି କିନ୍ତୁ ମଣ୍ଡି ଶ୍ରମିକ ଙ୍କ ମଜୁରୀ ବଢ଼ିବା ପରିବର୍ତ୍ତେ କମେଇ ଦେଇ ଥିବାରୁ ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଧାନ ମଣ୍ତି ରେ ଏବଂ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡିରେ ଦୁଇ ଦଫା ଦାବିରେ ଶ୍ରମିକ ମାନଙ୍କ ଅନିର୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଦେଖି ବାକୁ ମିଳିଥିଲା ଏହି ଆନ୍ଦୋଳନ ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଜିଲ୍ଲା ସଂପାଦକ ବିଶ୍ବରଂଜନ ସା ଯୋଗଦେଇ ଜିଲ୍ଲା ରୁ ଦଶ ଜଣିଆ ଟିମ୍ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଶ୍ରମିକ ମାନଙ୍କ ନିଜ ସାମ୍ବିଧାନିକ ହକ ଅଧିକାର ପାଇଁ ବିଭିନ୍ନ ନାରା ବାଜିରେ ସରକାରକୁ ଚେତାବନୀ ଦେଇଥିଲେ ପରେ ଏକ ଶାନ୍ତିପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇ ଥିଲା l

ସଭାକାର୍ଯ୍ୟ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ ଏବଂ ଜିଲ୍ଲା କମିଟି ପରାମର୍ଶ ଅନୁସାରେ ଫେସ୍ ର ସଂପାଦକ ଗୋଲାପ ରଣା ଙ୍କୁ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ଏକ ଦାବିପତ୍ର ଦିଆଯାଇଥିଲା ପରେ ଜିଲ୍ଲା କମିଟି ଅଧ୍ୟକ୍ଷତାରେ ଏକ ଆଞ୍ଚଳିକ ମଜଜୁର ସଂଘ ଗଠନ କରାଯାଇଥିଲା ସଭାପତି ଭାବେ ଗୋବର୍ଦ୍ଧନ ରଣା ସଂପାଦକ ପ୍ରଦିପ ଦଣ୍ଡସେନା ଉପସଭାପତି ମହାବିର ରଣା ସହସଂପାଦକ ହରିହର ପୁଟେଲ କୋଷାଧ୍ୟକ୍ଷ ଜଗଦୀଶ ରଣାମୋନନିତ ହୋଇଥିଲେ ଏହି ଆନ୍ଦୋଳନ ରେ ଅଞ୍ଚଳ ର ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ l

Related posts

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

Odisha Halchal

ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକା

Odisha Halchal

ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ତ ହେଲେ ମହିଳା

Odisha Halchal

Leave a Comment