ଅପରାଧଦେଶ ବିଦେଶନ୍ୟୁଜ୍

ସୋସିଆଲ ମିଡିଆରେ ଅନ୍ୟ ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ଡୁଏଟ୍ ଭିଡିଓ: ଛୁରୀ ଭୁଷିଦେଲା ସ୍ୱାମୀ

ସୋସିଆଲ ମିଡିଆରେ ଅନ୍ୟ ବ୍ୟକ୍ତିଙ୍କ ସହ ସ୍ତ୍ରୀଙ୍କ ଡୁଏଟ୍ ଭିଡିଓ ଛୁରୀ ଭୁଷିଦେଲା ସ୍ୱାମୀ

ସୋସିଆଲ ମିଡିଆକୁ ନେଇ ଅନେକ ସମୟରେ ନକରାତ୍ମକ ଖବର ସାମ୍ନାକୁ ଆସିଥାଏ । ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏହି ସୋସିଆଲ ମିଡିଆ ପାଇଁ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଛୁରୀ ମାରିଛି । ମାମଲା ଦେଖିବାକୁ ମଳିଛି ଚେନ୍ନାଇରେ । ଚେନ୍ନାଇ ପୋଲିସ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଅଭିଯୋଗ ହୋଇଛି ଯେ ସେ ତାଙ୍କ ପତ୍ନୀଙ୍କୁ ଛୁରୀ ମାରିଛନ୍ତି, ଆଉ ତାହାବି ପୁଣି କେବଳ ଫଟୋ ଅପଲୋଡ କରିବାକୁ ନେଇ ।

ରିପୋର୍ଟ ଅନୂଯାୟୀ ୨୦ ବର୍ଷୀୟ ଯୁବକ ଜଣକ ତାଙ୍କ ପତ୍ନୀଙ୍କୁ ଛୁରାମାଡ଼ କରିଛନ୍ତି । କାରଣ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ଅନ୍ୟ ଜଣେ ଯୁବକଙ୍କ ସହ ଡୁଏଟ୍ ଭିଡିଓ ସୁଟ୍ କରି ଅପଲୋଡ୍ କରିଥିଲେ । ପୋଲିସ ଅଧିକାରୀ କହିଛନ୍ତି ଯେ ଯୁବକ ଜଣକ ପତ୍ନୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ରିପୋର୍ଟ ଅନୂଯାୟୀ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରିବାକୁ ନେଇ ଝଗଡ଼ା ହେଉଥିଲା ।

ପୋଲିସ କହିଥିଲେ ଯେ ମହିଳା ଜଣକ ଅନେକ ସମୟରେ ସୋସିଆଲ ମିଡିଆରେ ଡୁଏଟ ଭିଡିଓ ଅପଲୋଡ୍ କରୁଥିଲେ । ତେବେ ସେ ଏହି ଭିଡିଓ ଅନ୍ୟ ପୁରୁଷ ତଥା ଅଜଣା ବ୍ୟକ୍ତିଙ୍କ ସହ କରୁଥିଲେ । ଯାହାକୁ ନେଇ ମହିଳାଙ୍କ ସ୍ୱାମୀ ପ୍ରତିବାଦ କରୁଥିଲେ । ଅଭିଯୁକ୍ତଙ୍କ ନାମ ସୋଲୋମୋନ ବୋଲି ଜଣାପଡ଼ିଛି ଏବଂ ସେ ଅୟନାଭରମର ଏନଏମକେ ଷ୍ଟ୍ରିଟରେ ରହୁଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟଙ୍କ ଗତ ବର୍ଷ ବିବାହ ହୋଇଥିଲା । ଅଧିକାରୀ କହିଛନ୍ତି ସୋଲୋମନ ଏବଂ ତାଙ୍କ ପତ୍ନୀ ଇଶ୍ୱରୀଙ୍କ ମଧ୍ୟରେ ଅନେକ ସମୟରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଅପଲୋଡ୍ କରିବାକୁ ନେଇ ଝଗଡ଼ା ହୋଇଥିଲା । ଛୁରୀ ମାରିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ତେବେ ମହିଳାଙ୍କ ଚିକ୍ରାର ଶୁଣି ପଡ଼ୋଶୀ ଲୋକେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଉଦ୍ଧାର କରି୍ଥିଲେ । ଏବଂ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଅଭିଯୋଗ ମିଳିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ସ୍ୱାମୀକୁ ଧରି କୋର୍ଟ ଚାଲାଣ କରିଛି ।

Related posts

ସୋସାଇଟି ସଂପାଦକଙ୍କ ଭିଲିଆନଗିରି

Odisha Halchal

ହରଡ଼ ଘଣାରେ ନକଲି ମେଡ଼ିସିନ ମାଫିଆ

Odisha Halchal

ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

Odisha Halchal

Leave a Comment