ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁରୀ ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ

ପୁରୀ ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ

ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା । ଏହି ମାମଲାରେ ଅଭିଯୁକ୍ତଙ୍କୁ ମିଳିଲା ରିମାଣ୍ଡ । ୭ ଦିନ ପାଇଁ ରିମାଣ୍ଡ ଆବେଦନ ପୋଲିସ କରିଥିବା ବେଳେ ଏସଡିଜେଏମ ୩ ଦିନ ପାଇଁ ଅନୁମତି ଦେଇଛନ୍ତି ।

ଆଜି ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । କୁନୁମୁନି ସୁଆର, ପ୍ରଫୁଲ୍ଲ ମହାପାତ୍ର, ହରିହର ପଣ୍ଡା ଓ ଆଶିଷ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ । ଗିରଫ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରେ କ୍ରାଇମ ସିନ୍ ରିକ୍ରିଏଟ କରାଯିବ ବୋଲି ପୋଲିସ କହିଛି ।

ଷଡଯନ୍ତ୍ରଠାରୁ ହତ୍ୟା ଓ ହତ୍ୟା ପରେ ଅଭିଯୁକ୍ତ ଗିରଫ ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀର ଡେମୋ ପ୍ରସ୍ତୁତ କରାଯିବ । କେଉଁଭଳି ଭାବେ ଷଡଯନ୍ତ୍ର ରଚା ଯାଇଥିଲା, କେମିତି ହତ୍ୟା କରାଯାଇଥିଲା ଓ ହତ୍ୟା ପରେ କିଭଳି ଅଭିଯୁକ୍ତ ଫେରାର ହୋଇ ଆତ୍ମଗୋପନ କରିଥିଲେ ତାହାର ଡେମୋ ଦେଖାଇବେ ଏହି ୪ ଅଭିଯୁକ୍ତ ।

Related posts

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

Odisha Halchal

କାଜୁ ଜଙ୍ଗଲରୁ ଝୁଲୁଛି ଯୁବକଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Odisha Halchal

ରାତି ଖାଇବା ସ୍କିପ୍‌ କରୁଛନ୍ତି କି ? ଭୋଗି ପାରନ୍ତି ଏହି ସମସ୍ୟା

Odisha Halchal

Leave a Comment