ଅପରାଧଓଡ଼ିଶା ଖବରନ୍ୟୁଜ୍ବ୍ୟବସାୟ

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

ମାଛ ମାର୍କେଟରେ ହଣାକଟା

ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ହଣାକଟା ହୋଇଥିବା ଜଣାପଡିଛି । ଏହି ହଣାକଟାରେ ୨ ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ବୁଧବାର ଆମିଷ ବାର ଥିବାରୁ ମାଛ ମାର୍କେଟରେ ପ୍ରବଳ ଭିଡ ଜମିଥିଲା । ହଠାତ ମାଛ ବିକ୍ରିକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ତାହା ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା ।

ଦୁଇ ଜଣ ବ୍ୟବସାୟୀ ପନିକିରେ ହଣାହଣି ହୋଇଥିଲେ । ଫଳରେ ୨ ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

Odisha Halchal

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

Odisha Halchal

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଖୁସି ଖବର ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

Odisha Halchal

Leave a Comment