ଓଡ଼ିଶା ଖବରନ୍ୟୁଜ୍

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

ବଲାଙ୍ଗୀର :-(ରିପୋର୍ଟ :-ସୁନ୍ଦର ସାହୁ )ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି, ଏମିତି ଧାରଣା ରେ ଅଛନ୍ତି ଚିନିକଳ ସାମନାରେ, କିନ୍ତୁ ପ୍ରଶାସନ ସବୁ ଦେଖି ମଧ୍ୟ ଧୃତରାଷ୍ଟ୍ର ପରି ଅନ୍ଧ ହୋଇଯାଇଛି l ନେତା ମନ୍ତ୍ରୀ ମାନେ ପ୍ରତିଦିନ ଧାରଣା ଦେଇଥିବା ଆଗରୁ ଯାଉଛନ୍ତି ନିଜ ଶୀତ ତାପ ଯନ୍ତ୍ର ଗାଡ଼ିରେ,କିନ୍ତୁ ସମସ୍ତେ ଆଖିରେ ପଟି ବାନ୍ଧି ଦେଇଛନ୍ତି ଗାନ୍ଧାରୀ ଙ୍କ ପରି l

ପଶ୍ଚିମ ଓଡ଼ିଶା ସେବା ସଙ୍ଘ ସଭାପତି ରାଜେଶ୍ ବଗର୍ତ୍ତି ଓ ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ବିପିନ କୁସଲିଆ ଙ୍କ ପକ୍ଷରୁ ବାରମ୍ବାର ନିବେଦନ କରୁଛନ୍ତି ଜିଲ୍ଲା ପ୍ରଶାସନକୁ l ପ୍ରଶାସନ ମଧ୍ୟ ଅନାଦର କରିଲା ଭଳି ତିଲେ ମାତ୍ର ଶୁଣୁ ନାହିଁ lତେବେ,ଚାଷୀ ସଂଗଠନ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ ଯେ,ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତାହେଲେ ପ୍ରତି ମାସରେ ଦୁଇ ଦିନ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସଂଗଠନ ମୁଖ୍ୟ ରାଜେଶ୍ ବଗର୍ତ୍ତି ସୂଚନା ଦେଇଥିଲେ l

ଆଜି ଏହି ଆନ୍ଦୋଳନରେ ଶିଳ୍ପ କର୍ମଚାରୀ ସଂଘ ସଭାପତି ଅକ୍ଷୟ ପୁଟା,ଆଖୁ ଚାଷୀ କମିଟି ସଭାପତି ମୟ ସାହୁ, ଜିଲ୍ଲା ସେବା ସଙ୍ଘ ସଭାପତି ରୋହିତ ସାହୁ, ନୀଳମଣି ଦୀପ, କପିଳ କୁମ୍ଭାର,ଅଜିତ ରଣା ପ୍ରମୁଖ ଉପସ୍ଥିତ ଥିଲେ l

Related posts

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

Odisha Halchal

ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦୋଷ ଧରିଦେଲେ ଗାଁ ଲୋକେ

Odisha Halchal

ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି

Odisha Halchal

Leave a Comment