ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା OBC ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜିଲ୍ଲା OBC ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବଲାଙ୍ଗିର :-(ରିପୋର୍ଟ :-ସୁନ୍ଦର ସାହୁ )ଆଜି ବଲାଙ୍ଗିର ଜିଲ୍ଲା OBC ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି I ଓଡ଼ିଶାର OBC ଙ୍କ ଶୁନ (୦) ଆରକ୍ଷଣ ଦେଇଥିବା ବିରୁଦ୍ଧରେ ସ୍ୱର ଉତ୍ତୋଳନ ଓ କନେଷ୍ଟବଳ ଚାକିରୀରେ ଅନ୍ୟୁନ 27% ଆରକ୍ଷଣ ଦେବାକୁ ଏହି ଦାବିପତ୍ରରେ ଉଲ୍ଲେଖ ହୋଇଛି I OBC ଙ୍କ ପାଇଁ ଅଲଗା ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା କରିବାକୁ ରାଜ୍ୟ OBC ମଞ୍ଚ ବାରମ୍ବାର ରାଜ୍ୟ ସରକାରଙ୍କୁ ନିବେଦନ କରୁଥିଲେ ହେଁ ତିଳେ ମାତ୍ର ଶୁଣୁନାହାନ୍ତି I 57% ସଂଖ୍ୟା ବିଶିଷ୍ଟ OBC ଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ରୁ ବେଦଖଳ କରୁଛନ୍ତି I କେନ୍ଦ୍ର ସରକାର OBC ଙ୍କୁ 27% ଆରକ୍ଷଣ ଦେଉଥିବା ସ୍ଥଳେ ରାଜ୍ୟ ସରକାର 0% ଆରକ୍ଷଣ ଦେଉଛନ୍ତି I ସ୍ୱାଧୀନତାର 75 ବର୍ଷ ପୂରଣ ହେଲେ ସୁଦ୍ଧା ଓଡ଼ିଶା ରାଜ୍ୟରେ OBC ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ହୋଇଛି I

ଉପରୋକ୍ତ ପୋଲିସ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନ ରୁ ଏହା ସ୍ପଷ୍ଟ ଯେ, 4790 ଟି କନେଷ୍ଟବଳ ପୋଷ୍ଟ୍ ରୁ OBC ଙ୍କ ଭାଗ ଶୁନ (୦) I OBC ଙ୍କୁ ଅନ୍ୟାନ୍ୟ ଉଚ୍ଚ ବର୍ଗର ଜାତି ସହିତ ମିଶାଇ ସୃଷ୍ଟି କରିଥିବା SEBC କୁ କେବଳ ବାଲେଶ୍ଵର ରେ 160 ଟି ପୋଷ୍ଟ ରୁ 7 ଟି (4.4%), ଜଗତସିଂପୁର ଜିଲ୍ଲାରେ 180 ପୋଷ୍ଟ ରୁ ମାତ୍ର 8 ଟି (4.4%)ରାୟଗଡାରେ 150 ପୋଷ୍ଟ ରୁ 4 ଟି (2.7%) ଦିଆଯାଇଛି l ଅନ୍ୟ ଜିଲ୍ଲା/ଏଷ୍ଟାବିସମେଣ୍ଟ ମାନଙ୍କରେ SEBC ଙ୍କୁ ଦିଆଯାଇଛି I

ସର୍ବମୋଟ 4790 ଟି କନେଷ୍ଟବଳ ପୋଷ୍ଟ ରୁ OBC 1931 ଜାତି ଜନଗଣନା ଅନୁସାରେ 52% ହିସାବରେ 2491 ଟି ପୋଷ୍ଟ ପାଇବା ଉଚିତ୍ I କେନ୍ଦ୍ର ସରକାର ଅନୁମୋଦିତ 27% ହିସାବରେ OBC ଅଲଗା 1293 ଟି ପୋଷ୍ଟ ପାଇବା କଥା I କିନ୍ତୁ ରାଜ୍ୟ ସରକାର OBC ଙ୍କୁ ସାମାଜିକ ନ୍ୟାୟରୁ ବାରମ୍ବାର ବଞ୍ଚିତ କରିଥିବାରୁ OBC ମଞ୍ଚ ଦୁଃଖ ପ୍ରକାଶ କରେ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ ଅଛି ବୋଲି ଜିଲ୍ଲା OBC ମଞ୍ଚ ସଭାପତି ଶ୍ରୀଯୁକ୍ତ ଶଙ୍କର ପାତ୍ର ସୂଚନା ଦେଇଛନ୍ତି I ଆଜି ଜିଲ୍ଲାପାଳ ଙ୍କୁ ଦେବା ସମୟରେ ପ୍ରସନ୍ନ କୁମାର କର୍ଣ୍ଣ(ସମ୍ପାଦକ), ପରଦେଶୀ ବିଶ୍ଵାଳ,ପୂର୍ଣ୍ଣ ବିଶ୍ଵାଳ, ସୁରେଶ ପଟେଲ,ଦୟାନିଧି କରନ, ଲୋକନାଥ ପଟେଲ, ରାମେଶ୍ବର ସାହୁ, ସତ୍ୟାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ I

Related posts

ଏସିଆନ୍ ଟ୍ରାକ୍ ସାଇକ୍ଲିଂ: ସ୍ବସ୍ତି ଓ ଦୀନେଶଙ୍କୁ ସମ୍ବର୍ଦ୍ଧନା

Odisha Halchal

ମହିଳା ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ଶିବିର

Odisha Halchal

୧୫ ବର୍ଷ ହେଲା ୩ ପ୍ରେମିକାଙ୍କ ସହିତ ଲିଭ୍ ଇନ୍ ରିଲେଶନରେ ଥିଲେ ଯୁବକ, କଲେ ବିବାହ

Odisha Halchal

Leave a Comment