ଅପରାଧଓଡ଼ିଶା ଖବରନ୍ୟୁଜ୍

ଅସ୍ଥାୟୀ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ

ଅସ୍ଥାୟୀ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ

ମାଲକାନଗିରି:-ଖଟାଉଛନ୍ତି କିନ୍ତୁ ପାରିଶ୍ରମିକ ଦେଉନାହାନ୍ତି।ଭୋଉଁରିୟା ଏଜେନ୍ସି କର୍ମଚାରୀଙ୍କ ଦବଙ୍ଗଗିରି।ଖଟାଉଛନ୍ତି କିନ୍ତୁ ପାରିଶ୍ରମିକ ଦେଉନାହାନ୍ତି।ଅଭିଯୋଗ ଆଣିଛନ୍ତି ଅସ୍ଥାୟୀ କର୍ମଚାରୀ।ଟାଟା ପାୱାର ଏବେ ନିଜ ଦାୟିତ୍ୱ ଅନ୍ୟକୁ ଲଦି ଦେଇଛନ୍ତି।ଭୋଉଁରିୟା ନାମକ ଏକ ଘରୋଇ ସଂସ୍ଥାକୁ ଦେଇଥିବା କୁହାଯାଉଛି।ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ବିଲ୍ ମଧ୍ୟ ଆଦାୟ କରୁଛନ୍ତି ଭୋଉଁରିୟା ଏଜେନ୍ସି।ଏଜେନ୍ସି ବିଲ୍ ଆଦାୟ କରିବା ପାଇଁ, ଅସ୍ଥାୟୀ କର୍ମଚାରୀ ନିଯୁକ୍ତ କରାଇଛନ୍ତି।

ତେବେ ଠିକ୍ ଭାବରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିପାରୁ ନାହାଁନ୍ତି ଏଜେନ୍ସି।କାରଣ ଅସ୍ଥାୟୀ ନିଯୁକ୍ତି କର୍ମଚାରୀମାନଙ୍କର ପାରିଶ୍ରମିକ ବନ୍ଦ କରିଛନ୍ତି ଏଜେନ୍ସି। ଏପରିକି ଇପିଏଫ ଓ ଫିଉଲ ଟଙ୍କା ରେ ମଧ୍ୟ ହେରଫେର କରୁଛନ୍ତି ଏଜେନ୍ସିରେ କାର୍ଯ୍ୟରତ କିଛି ଅସାଧୁ ଦଲାଲ୍।ମାଲକାନଗିରି ସଦରମହୋକୁମା କୁମଟିଗୁଡ଼ା ନିକଟରେ ଏକ ଭଡ଼ା ଟିଆ ଘରେ, ନିଜ ଅଫିସ୍ କରିକି ବସିଛନ୍ତି ସତ୍। କିନ୍ତୁ ଅଫିସ ରେ କିଛି ଅସାଧୁ କର୍ମଚାରୀ ଙ୍କ ମନମାନୀ କାର୍ଯ୍ୟ ଯୋଗୁଁ, ଅସ୍ଥାୟୀ କର୍ମଚାରୀଙ୍କ ପେଟପାଟଣା କଷ୍ଟକର ହୋଇ ପଡୁଛି।

ଏନେଇ କୁମଟିଗୁଡ଼ା ଅଫିସ ସମ୍ମୁଖରେ କାଲିମେଳା ଅଞ୍ଚଳର ବହୁ ଅସ୍ଥାୟୀ କର୍ମଚାରୀ ନିଜ କାର୍ଯ୍ୟରୁ ଇସ୍ତଫା ଦେବା ସହ ନ୍ୟାୟ ଦାବି କରିଛନ୍ତି। ଅଭାବ ଅନାଟନ ଭିତରେ ୨ପଇସା ରୋଜଗାର କରିବା ପାଇଁ, ଗରିବ ଶ୍ରେଣୀର କିଛି ଯୁବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏନେଇ ଆମେ ଅଫିସ ରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିବାରୁ। କ୍ୟାମେରା ସାମ୍ନାରେ କିଛି କହିବାକୁ ରୋକ୍ ଠୋକ୍ ମନା କରିଛନ୍ତିି। ଅନ୍ୟପଟେ ଅସ୍ଥାୟୀ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି।

Related posts

ବାହୁଡ଼ା ଯାତ୍ରାରେ ଅଘଟଣ

Odisha Halchal

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal

ମଦ ପାଇଁ ମହାଭାରତ

Odisha Halchal

Leave a Comment