ଭୁବନେଶ୍ୱର :-ରାଜନୀତି ମଇଦାନରେ ନବୀନ ଯେ ଜଣେ ପକ୍କା ଖେଳାଳି ଏତିରେ ସନ୍ଦେହ ନାହିଁ । ବିଜୁପୁତ୍ରଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବା ଓଡିଶା ରାଜନୀତିରେ କେତେବେଳେ କେଉଁ ପରିବର୍ତ୍ତନ ଆଣିବ ତାହା ମଧ୍ୟ ଆକଳନ କରିବା ଅସମ୍ଭବ । କଥା କମ କାମ ବେଶିରେ ବିଶ୍ବାସ ରଖୁଥିବା ନବୀନ ଚାହିଁଲେ ସରକାର ଭାଙ୍ଗିଦେଇପାରିବେ ବୋଲି ମଧ୍ୟ ଆଲୋଚନା ହେଉଛି । କାରଣ ବର୍ତ୍ତମାନ ଗୋଟିଏ ରାସ୍ତାରେ ଏକ ମନ ହୋଇ ଚାଲିଛନ୍ତି ବିଜେଡି କଂଗ୍ରେସ । ଏବେ ବିଜେଡି କଂଗ୍ରେସ ମେଣ୍ଟକୁ ନେଇ ଚାଲିଛି ଚର୍ଚ୍ଚା । ଆଲୋଚନା କେବଳ ରାଜନୈତିକ ମହଲରେ ନୁହଁ ସାଧାରଣରେ ମଧ୍ୟ ଯୋରସୋରରେ ଚାଲିଛି ।
ମୋହନ ମାଝୀ ସରକାରଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି ଜନତା ତା ସହିତ ପଦ୍ମ ଦଳର କିଛି ବରିଷ୍ଠ ନେତା ମଧ୍ୟ ଏହାକୁ ନେଇ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ବର୍ଷେ ନପୁରୁଣୁ ସରକାର ଭାଙ୍ଗିବା ଖବର ମଧ୍ୟ ଆଲୋଚନାର ଶୀର୍ଷରେ ରହିଛି । ସବୁଠୁ ବଡ କଥା ହେଉଛି ସରକାର ଭାଙ୍ଗିବା ପାଇଁ ବଡ ଚକ୍ରାନ୍ତ କରୁଛନ୍ତି ବିଜେଡି ଓ କଂଗ୍ରେସ । କାରଣ ବିଧାନସଭାରେ ଶଙ୍ଖ ପାର୍ଟିକୁ ହାତର ସମର୍ଥନ ଦେଖି ଚର୍ଚ୍ଚା ବଢିବା ଆରମ୍ଭ ହୋଇଛି । ଦିନେ କୋଟା ପ୍ରସଙ୍ଗକୁ ବିରୋଧ କରୁଥିଲେ ରାଜନୀତିର ଟଲମ୍ୟାନ ବିଜୁ ପଟ୍ଟନାୟକ । ଏମିତିକି ବିଜେଡି ସରକାର ଥିବା ବେଳେ କୋଟା ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ କଦାପି ବିରୋଧ କରିନାହିଁ । କିନ୍ତୁ ଏବେ ଘଟୁଥିବା ଘଟଣା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରୁଛି । କାରଣ ନିକଟରେ ବିଧାନସଭାରେ କୋଟା ପ୍ରସଙ୍ଗ ଉଠାଥିଲେ କଂଗ୍ରେସ ନେତା ରାମଚନ୍ଦ୍ର କଡ୍ଡାମ।
ଆଉ କଂଗ୍ରେସର ଏହି ଦାବୀକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ବିଜେଡି । ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । କଂଗ୍ରେସ ପ୍ରତି ବିଜେଡିର ଏଭଳି ପୂର୍ଣ୍ଣ ସମର୍ଥନ ଦେଖି ଭୟଭୀତ ହୋଇପଡିଛନ୍ତି ବିଜେପି ସରକାର । ତାସହ ବିଜେଡି କଂଗ୍ରେସ ଏକ ହେବା ଦେଖି ଲୋକଙ୍କ ଭିତରେ ନୂଆ ଉତ୍କଣ୍ଠା ଜାଗ୍ରତ ହୋଇଛି । ଚର୍ଚ୍ଚା ହେଉଛି ଖୁବ ଶୀଘ୍ର ଭାଙ୍ଗିଯିବ ମୋହନ ସରକାର । ଗୁପ୍ତ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।