ଅପରାଧଓଡ଼ିଶା ଖବରନ୍ୟୁଜ୍

ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦୋଷ ଧରିଦେଲେ ଗାଁ ଲୋକେ

ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦୋଷ ଧରିଦେଲେ ଗାଁ ଲୋକେ

ପାରିବାରିକ କଳହର କରୁଣ ପରିଣତି । ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲା ସାବତ ମା ଓ ବାପା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିର ଘଟିଛି ଘଟଣା ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ ସାବତ ମା ଓ ବାପା । ଝିଅର ମୁଣ୍ଡରେ କାଠ ଫାଳିଆ ବାଜି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଝିଅଟି ଗୁରୁତର ହୋଇ ଘରେ ପଡିରହିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିଲା । ସକାଳୁ ସାବତ ମା ଏବଂ ବାପା ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ ।

ଝିଅର ମୁଣ୍ଡ ଫାଟି ମୃତ୍ୟୁ ହୋଇଥିବା କହିଥିଲେ ସାବତ ମା ଓ ବାପା । କିନ୍ତୁ ଏମାନଙ୍କ କଥା ଉପରେ ଗାଁ ଲୋକ ବିଶ୍ୱାସ କରିନଥିଲେ । ତୁରନ୍ତ ଘଟଣାସ୍ଥଳରୁ ଯାଇ ମୃତଦେହକୁ ଦେଖିଥିଲେ । ମୃତ ଝିଅର ଦେହ ସାରା ମାଡ଼ ଚିହ୍ନ ରହିଥିଲା । ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ଉଭୟଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରୁଛି ।

Related posts

ଜୀବନ ଯୁଦ୍ଧରେ ହାରିଲେ ଗୌରବ, ୪୦ ଫୁଟ୍ ଗଭିର ବୋରେୱେଲରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

Odisha Halchal

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

Odisha Halchal

Leave a Comment