ଅପରାଧଓଡ଼ିଶା ଖବରନ୍ୟୁଜ୍

ମିଛୁଆ ଡାକ୍ତର ମାଡାମ କାର୍ନାମା

ମିଛୁଆ ଡାକ୍ତର ମାଡାମ କାର୍ନାମା

ବାଲେଶ୍ୱର:-(ରିପୋର୍ଟ-ସୌରଭ ରାଉଳ)ବିନା ବିଦ୍ୟା ରେ ରେ ମାଡାମ ହେଇଗଲେ ଡାକ୍ତର ଭୋଳା ବାବୁ ନାହାନ୍ତି ହେଲେ ଭୋଳାବାବୁ ଙ୍କ ଔଷଧ ବିକୁଛନ୍ତି ମାଡାମ ଲେଖିବେ ମିକଚର ଔଷଧ ହେଲେ ବିକିବେ ଆଲୋପାଥିକ ଔଷଧ ପୁଣି ବିନା ଲାଇସେନ୍ସ ରେ ଲୋକ ଙ୍କ ଜୀବନ ସହ ଖେଳୁଛନ୍ତି ମାଡାମହଁ ଦର୍ଶକ ବନ୍ଧୁ ଟିକେ ଭଲ ଭାବରେ ଦେଖିଦିଅନ୍ତୁ ଏହି ମିଛୁଆ ଡାକ୍ତର ମାଡାମ ଙ୍କୁ କିଭଳି ବିନା ଲାଇସେନ୍ସ ରେ ବିକୁଛନ୍ତି ଆଲୋପାଥିକ ଔଷଧ ।

ଆଗରେ ବୋର୍ଡ଼ ଲାଗିଛି ଏଠାରେ ଭୋଳା ବାବୁଙ୍କ ଆୟୁର୍ବେଦ ମିକ୍ସଚର ଔଷଧ ମିଳେ ।ମାତ୍ର ଭିତରେ ଘରେ ବିନା ଲାଇସେନ୍ସରେ ଚାଲିଛି ଏଲୋପ୍ୟାଥିକ ଔଷଧ କାରବାର।ଚିକିତ୍ସକ ସାଜିଛନ୍ତି ଜଣେ ମହିଳା କ୍ୱାକ।ରୋଗୀ କୁ ଦେଖୁଛନ୍ତି, ଔଷଧ ବି ଦେଉଛନ୍ତି।ଦୀର୍ଘଦିନ ଧରି ଏହା ଚାଲୁଥିବା ବେଳେ ଡ୍ରଗ କଣ୍ଟ୍ରୋଲର ବିଭାଗୀୟ ଅଧିକାରୀଙ୍କ ନଜର ପଡ଼ିନାହିଁ।ଯାହା ଫଳରେ ନିର୍ବିଘ୍ନ ରେ ଚାଲୁଛି ଔଷଧ ବ୍ୟବସାୟ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ହରିଣକୁଲି ଗାଁର ମୁଖ୍ୟ ରାସ୍ତା ପାର୍ଶ୍ଵରେ।କେବଳ ଏଠାରେ ନୁହେଁ ସମଗ୍ର ଜିଲ୍ଲା ର ଗାଁ ଗହଳିରେ ଏହିଭଳି ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଚାଲିଛି ଔଷଧ ଦୋକାନ ଏବଂ ନିଜକୁ ଡାକ୍ତର ପରିଚୟ ଦେଇ ଅନଭିଜ୍ଞ କ୍ୱାକ ଡାକ୍ତର ଦ୍ୱାରା ରୋଗୀ ସେବା ଚାଲିଛି।

ସୂଚନାଯୋଗ୍ୟ ଯେ ଏଠାରେ ଭୋଳା ବାବୁ ନାମକ ଜଣେ ବଙ୍ଗୀୟ ବ୍ୟକ୍ତି ବହୁପୂର୍ବରୁ ଆୟୁର୍ବେଦ ଜଡିବୁଟି ଜରିଆରେ ଲୋକଙ୍କୁ ଚିକିତ୍ସା କରୁଥିଲେ।ତାଙ୍କ ଅନ୍ତେ ତାଙ୍କ ସମ୍ପର୍କୀୟ ଜନୈକା ମହିଳା ଭୋଳା ବାବୁଙ୍କ ଆୟୁର୍ବେଦ ମିକ୍ସଚର ଔଷଧ ବୋର୍ଡ ଲଗାଇ ରୋଗୀ ଚିକିତ୍ସା କରିଆସୁଛନ୍ତି।ତେବେ ଭିତରେ ଘରେ ଆୟୁର୍ବେଦ ଔଷଧ ପରିବର୍ତ୍ତେ ଏଲୋପ୍ୟାଥିକ ଔଷଧ, ଏଣ୍ଟିବାଇଓଟିକ, ପେନ କିଲର, ଭିଟାମିନ ଇତ୍ୟାଦି ଲୋକମାନଙ୍କୁ ଦେଇ ଚିକିତ୍ସା ଚଳାଇ ଛନ୍ତି।

ଏଠାକୁ ବହୁ ରୋଗୀ ବି ଆସୁଛନ୍ତି, ଔଷଧ କିଣି ସେବନ କରୁଛନ୍ତି।ଅନ୍ୟପକ୍ଷରେ ବିନା ଫାର୍ମାସିଷ୍ଟ ରେ ଏଲୋପ୍ୟାଥିକ ଔଷଧ ବିକ୍ରି କରିବାର କୌଣସି ନିୟମ ନ ଥିବା ବେଳେ ଏଠାରେ ସମ୍ପୃକ୍ତ ମହିଳା ଜଣକ କିଭଳି ଦୀର୍ଘଦିନ ଧରି ଏଭଳି ବ୍ୟବସାୟ କରୁଛନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ସେନେଇ ଭେଷଜ ନିୟନ୍ତ୍ରକ ବିଭାଗୀୟ କର୍ତ୍ତୃପକ୍ଷ ନଜର କୁ କିପରି ଆସିନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ ଜେଜେ ବାପା ଏଠାକାର ଲୋକଙ୍କୁ ଆୟୁର୍ବେଦ ଜଡ଼ିବୁଟି ଦେଇ ଚିକିତ୍ସା କରୁଥିଲେ, ତାଙ୍କ ଅନ୍ତେ ମୁଁ କରୁଛି।

କେବଳ ଜରୁରୀ କ୍ଷେତ୍ରରେ ଚିକିତ୍ସା ପାଇଁ ଏଲୋପ୍ୟାଥିକ ଔଷଧ ବିକ୍ରି କରୁଛି। କେବଳ ଏଠାରେ ନୁହେଁ ଭୋଗରାଇ ବ୍ଲକର ବିଭିନ୍ନ ଗାଁ ଗହଳିରେ ମଧ୍ୟରେ କ୍ୱାକ ମାନେ ଡାକ୍ତର ସାଜି ଏଲୋପ୍ୟାଥିକ ଔଷଧ ଜରିଆରେ ଚିକିତ୍ସା ଚଳାଇ ଆସୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନଜର ରଖିବା କୁ ଦାବୀ ହୋଇଛି।ନ ହେଲେ କେତେବେଳେ ଯେ ଭୁଲ ଔଷଧ ଖାଇ ଲୋକଙ୍କ ଜୀବନ ଚାଲିଯିବ ସେ କଥା ଏଡ଼ାଇହେବ ନାହିଁ। ହେଲେ ଏହା ବିରୋଧ ରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା

Related posts

ନକଲି ମଦ କାରଖାନାରେ ବିପୁଳ ମାତ୍ରାରେ ମଦ

Odisha Halchal

‘ଖୁଦା ହାଫିଜ’ର ଗୀତକୁ ନେଇ ବିବାଦ, ବଦଳିଲା ଶବ୍ଦ

Odisha Halchal

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

Leave a Comment