ଓଡ଼ିଶା ଖବରଖେଳଦେଶ ବିଦେଶନ୍ୟୁଜ୍

ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ବୌଦ୍ଧ :-କଣ୍ଟାମlଳ ବ୍ଲକ ମନମୁଣ୍ଡା ପଂଚାୟତ ନୁର୍ପା ଗ୍ରାମର ନୂତନ ଖେଳ ପଡିଆ ଠାରେ ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଦିନ ଉଦଘାଟିତ ହୋଇଯାଇଛି l ନେତାଜୀ ପାଠାଗାର ଆନୁକୂଲ୍ୟରେ ଆଜି ଉଦ୍ଘାଟନୀ ମ୍ୟାଚ ରେ ସୋନପୁର ଭରସେସ ଯୋଗେନ୍ଦ୍ର ପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l

ଅନୁଷ୍ଠିତ ଖେଳରେ ସୋନପୁର ଟଚ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 7ଓଭର ରେ 3ଗୋଟି ୟୁକେଟ ହରାଇ 107ରନ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଯୋଗେନ୍ଦ୍ର ପୁର ସମସ୍ତ ୟୁକେଟ ହରାଇ 52ରନ ରେ ସନ୍ତୁଷ୍ଟ ହୋଇଥିଲା ଫଳରେ ମ୍ୟାଚ ରେ ସୋନପୁର ବିଜେତା ହୋଇଥିଲା l ଆଜି ଉଦଯାପନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଆଶିଷ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଶିବ ନାରାୟଣ ଚାଉଳିଆ ଓ ଅନ୍ୟ ତମ ଅତିଥି ଭାବେ ଆୟୋଜକ କମିଟିର ସମ୍ପାଦକ ବେଣୁଧର ମଲ୍ଲିକ ଉପସ୍ଥିତ ରହି ମ୍ୟାଚ୍ କୁ ଶୁଭ ଉଦଘାଟନ କରିଥିଲେ l

ଆଜିର ଖେଳରେ ବେଣୁଧର ମଲ୍ଲିକ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ଦାୟିତ୍ୱ ରେ ଚିକୁନ ପଳିଆ,ଧାରା ବିବରଣୀ ରେ ସଂଜୀବ ମହଲା ସୁଚାରୁ ରୂପେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ l ଆୟୋଜକ କମିଟିର ରୋଶନ ମେହେର, ଜିତୁ ଭୋଇ, ଆକାଶ ବେହେରା ଓ ସମସ୍ତ ସଦସ୍ୟ ଖେଳ ରେ ସହଯୋଗ କରିଥିଲେ l ଏହି ଟୁର୍ନାମେଣ୍ଟ 7ଦିନ ଧରି ଚାଲୁ ରହିବା ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି l

Related posts

କୋମନା ବନ ବିଭାଗ ର ବଡ ସଫଳତା

Odisha Halchal

ଭୋଟ୍ ଦେବାର ନିଶା ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ନାତି

Odisha Halchal

ଏସିଡ୍ ମାଡ ଘଟଣାରେ ୧୩ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ

Odisha Halchal

Leave a Comment