ଓଡ଼ିଶା ଖବରନ୍ୟୁଜ୍

ଧାନ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ

ଧାନ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ

ନବରଙ୍ଗପୁର ଏକ ଚାଷୀ ବହୁଳ କୃଷି ପ୍ରାଧାନ୍ୟ ଜିଲ୍ଲା ଭାବେ ପରିଗଣିତ l ଜିଲ୍ଲାରେ ପାରମ୍ପରିକ ଚାଷ ଭାବେ ଧାନ ଚାଷ କୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି l ହେଲେ ଧାନ ଅମଳ ହେବା ପରେ ମଣ୍ଡି ଖୋଲିବା ବିଳମ୍ବ ପାଇଁ ମୁଣ୍ଡ ରେ ହାତ ଦେଇ ବସିଲେଣି ଜିଲ୍ଲାର ଚାଷୀ l
ଦିନକୁ ଦିନ ପରିବେଶ ର ସ୍ଥିତି ବିଗିଡ଼ିବାରେ ଲାଗିଛି l ଉପଯୁକ୍ତ ସମୟରେ ବର୍ଷା ର ଅଭାବ ଦେଖା ଯାଉଛି l କେବଳ ଲଘୁଚାପ ଉପରେ ନିର୍ଭର କରି ଚାଷୀ ଚାଷ କାମ କୁ ଆଗେଇ ନେଉଛନ୍ତି l

ଦୀର୍ଘ 4 ରୁ 5 ମାସ ମୁଣ୍ଡ ଝାଳ ତୁଣ୍ଡରେ ମାରି କେତେ କଷ୍ଟ ସାହି ଚାଷୀ ସୁନାର ଫସଲ ଅମଳ କରୁଛି l ହେଲେ ସଠିକ ସମୟରେ ଅମଳ ଫସଲ କୁ ବିକ୍ରି କରି ନପାରି ବାହାର ବ୍ୟବସାୟୀ କିମ୍ବା ଦଲାଲ ହାତରେ ଟେକି ଦେଉଛି l ଅନ୍ୟ ପଟେ କହିବାକୁ ଗଲେ ଧାନ ର ଉଚିତ ମୂଲ୍ୟ ମଧ୍ୟ ପାଇପାରୁ ନାହିଁ ଚାଷୀ ଯେଉଁଠି ପଡୋଶୀ ରାଜ୍ୟ ରେ ଆମ ରାଜ୍ୟ ଆପେକ୍ଷା ଅଧିକ ମୂଲ୍ୟ ମିଳୁଛି l ଜିଲ୍ଲାର କିଛି ଅଞ୍ଚଳ ରେ ଧାନ ଅମଳ ଭଲ ହୋଇଥିବା ବେଳେ ଅନେକାଂଶ ରେ ରୋଗ ପୋକ ଲାଗି ଧାନ ନଷ୍ଟ ହେବାର ନଜର କୁ ଆସିଛି l ଧାନ ପାଚିଲା ପରେ ଧାନ ଖଳା କୁ ଆଣି ତାକୁ ପୁଣି ଲୋକ ଜଗାଇ ଧାନ ମିଲ ହେଲା ଯାଏଁ ଅଯଥା ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି l ଅବ୍ୟବସ୍ଥା ଭିତରେ ଚାଷ ଓ ଚାଷୀ ଆଜି ଅବହେଳିତ ତେଣୁ ଯେଉଁମାନେ ଦିନେ 100 ଏକର ଜମି ରେ ଚାଷ କରିଥିଲେ ସେମାନେ ଆଜି 30 ଏକର କୁ ଚାଲି ଆସିଲେଣି l

ଜିଲ୍ଲା ରେ ଧାନ ଚାଷ ପରେ ପରେ ମାଣ୍ଡିଆ, ଆଖୁ, ବିରି, ମୁଗ ଇତ୍ୟାଦି ଚାଷ କରିବା ପାଇଁ ଚାଷୀ ପୂର୍ବ ପ୍ରସ୍ତୁତି ହୋଇ ରହିଥାନ୍ତି l କିନ୍ତୁ ଚଳିତ ବର୍ଷ ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଯୋଗୁଁ ଆଜିଯାଏ ଧାନ ଖଳା ରୁ ଧାନ ମିଲ ହୋଇପାରି ନାହିଁ l ଧାନ ବିକିଲେ ତ ସେଇ ପଇସା ରେ ଅନ୍ୟ ଚାଷ କରିବା ପାଇଁ ଇଛା ପ୍ରକାଶ କରିବେ l ଉନତ ପଦ୍ଧତି ରେ ଚାଷ କରି ଚାଷୀ ଏକର ପିଛା 25 ରୁ 30 କୁଇଣ୍ଟାଲ ଧାନ ଅମଳ କରିଛି କିନ୍ତୁ ସରକାର କିଣୁଛନ୍ତି ପ୍ରତି ଏକର କୁ 13 କୁଇଣ୍ଟାଲ l

ହେଲେ ବଳକା ଥିବା ଧାନ ବାଧ୍ୟ ହୋଇ କମ ଦର ରେ ଦଲାଲ କୁ ବିକ୍ରି କରୁଛନ୍ତୁ ଯଦ୍ୱାରା ଏଠି ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବା ବଦଳରେ ଦଲାଲ ବ୍ୟବସାୟୀ ମାଲାମାଲ ହେଉଛନ୍ତି l ଆଗକୁ ଜିଲ୍ଲା ର ଗଣ ପର୍ବ ମଣ୍ଡେଇ 2022 ଦଶ ତାରିଖ ଦିନ ଆରମ୍ଭ ହେବାକୁ ଥିବା ବେଳେ ସେଇଦିନ ହିଁ ପ୍ରଶାସନ ମଣ୍ଡି ର ଶୁଭାରମ୍ଭ କରିବାର ପୂର୍ବ ପ୍ରସ୍ତୁତି କରିଛି l ଗତ ବର୍ଷ ଏହି ସମୟରେ ଜିଲ୍ଲାରେ 30 ପ୍ରତିଶତ ଧାନ ଉଠି ସାରିଥିବା ବେଳେ ଜିଲ୍ଲା ରେ ମଣ୍ଡେଇ କୁ ତତ୍ପରତା ନ ଦେଖାଇ ମଣ୍ଡି ଉପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ବୋଲି ଚାଷୀ ନେତା ଦାବି କରିଛନ୍ତି l

Related posts

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା, ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ

Odisha Halchal

ଗଣ୍ଡା ସମାଜ ବିକାଶ ପରିଷଦ ପୁନର୍ଗଠିତ

Odisha Halchal

ଶାଳିକୁ ଟାଙ୍ଗିଆରେ ହାଣିଲା ଭିଣୋଇ

Odisha Halchal

Leave a Comment