ଦେଶ ବିଦେଶନ୍ୟୁଜ୍

ଦିଲ୍ଲୀରେ ବଢ଼ିବ ବିଧାୟକଙ୍କ ଦରମା; ପ୍ରତିମାସ ୫୪,୦୦୦ ସ୍ଥାନରେ ମିଳିବ ୯୦ ହଜାର ଟଙ୍କା

ଦିଲ୍ଲୀରେ ବଢ଼ିବ ବିଧାୟକଙ୍କ ଦରମା; ପ୍ରତିମାସ ୫୪,୦୦୦ ସ୍ଥାନରେ ମିଳିବ ୯୦ ହଜାର ଟଙ୍କା

ଦିଲ୍ଲୀ ବିଧାୟକମାନଙ୍କୁ ଖୁବ ଶୀଘ୍ର ଅଧିକ ୩୬ ହଜାର ଟଙ୍କା ଅଧିକ ଦରମା ମିଳିବ । କେନ୍ଦ୍ର ସରକାର ବିଧାୟକଙ୍କ ଦରମା ବୃଦ୍ଧିକୁ ମଂଜୁରୀ ଦେଇଛନ୍ତି । ଏବେ ଦିଲ୍ଲୀର ବିଧାୟକମାନଙ୍କୁ ମାସକୁ ୫୪ ହଜାର ଟଙ୍କା ଦରମା ମିଳୁଛି । ଦରମା ବଢ଼ିବା ପରେ ବିଧାୟକମାନେ ମାସକୁ ୯୦ ହଜାର ଟଙ୍କା ପାଇବେ ।

ବିଧାୟକମାନଙ୍କୁ ଏବେ ବେସିକ ସେଲେରି ଭାବେ ୧୨ ହଜାର ଟଙ୍କା ମିଳିଥାଏ । ଏହାକୁ ବଢ଼ାଯାଇ ୨୦ ହଜାର ଟଙ୍କା କରାଯିବ । ଭତ୍ତାକୁ ମିଶାଇ ଦରମାର ୫୪ ହଜାର ଟଙ୍କା ହେଉଥିବା ବେଳେ ସମୁଦାୟ ଭତ୍ତା ଓ ବେସିକ ଦରମା ୯୦ ହଜାର ଟଙ୍କା ହେବ । ଏହା ପୂର୍ବରୁ ଦିଲ୍ଲୀ ସରକାର କେନ୍ଦ୍ରକୁ ୨୦୧୫ରେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେହି ସମୟରେ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ମଂଜୁରୀ ଦେଇ ନଥିଲେ ।

ବିଧାନସଭା ବାଚସ୍ପତି ରାମନିବାସ ଗୋୟଲ କହିଛନ୍ତି ଯେ, ଗତଥର ବିଧାୟକଙ୍କ ଦରମା ୨୦୧୧ରେ ବଢ଼ିଥିଲା । ୧୧ ବର୍ଷ ପରେ ଏତେ କମ ଦରମା ବଢ଼ିବା ଉପଯୁକ୍ତ ନୁହେଁ । ସେ କହିଛନ୍ତି ଯେ, ଦିଲ୍ଲୀରେ ବିଧାୟକଙ୍କୁ ଅନ୍ୟ ରାଜ୍ୟର ବିଧାୟକଙ୍କ ଭଳି ସମାନ ଦରମା ମିଳିବା କଥା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେନ୍ଦ୍ରର ମଂଜୁରୀ ମିଳିବା ପରେ ଦିଲ୍ଲୀ ବିଧାନସଭାର ଆଗାମୀ ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ ଆସିପାରେ ।

Related posts

ଗୁପ୍ତ କୋଠରୀ ରୁ ବହୁ ପରିମାଣ ରେ ଦେଶୀ ମଦ ଜବତ ଓ ୨ ଗିରଫ

Odisha Halchal

ଜିଲ୍ଲା ର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ

Odisha Halchal

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

Odisha Halchal

Leave a Comment