ଓଡ଼ିଶା ଖବରନ୍ୟୁଜ୍

ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ! ରାଜଧାନୀ ଏକ୍ସପ୍ରେସ୍‌ ସମେତ ୭ଟି ଟ୍ରେନ୍‌ର ବଦଳିଲା ଗତିପଥ

ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ! ରାଜଧାନୀ ଏକ୍ସପ୍ରେସ୍‌ ସମେତ ୭ଟି ଟ୍ରେନ୍‌ର ବଦଳିଲା ଗତିପଥ

ବଢୁଛି ଲାଲବାହିନୀଙ୍କ ଉପଦ୍ରପ । ରେଳଧାରଣା ଉପରେ ବୋମ ବିସ୍ଫୋରଣ କରି ଟ୍ରେନ୍ ଲାଇନ୍ ଉଡାଇଦେଲେ ମାଓବାଦୀ । ଯାହାକୁ ନେଇ ଏବେ ଓଡ଼ିଶା, ବିହାର, ଝାଡଖଣ୍ଡ, ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ ମାଓବାଦୀ ମାନେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ହାୱଡା ରୁଟ୍ ରେ ଥିବା ଏକ ରେଳ ଧାରଣାକୁ ବୋମା ବିସ୍ଫୋରଣ କରି ନଷ୍ଟ କରିଦେଇଥିବା ଜଣାପଡିଛି ।

ରେଳଧାରଣା ନଷ୍ଟ ହେବା ପରେ ଏହି ରୁଟ୍‌ରେ ଚଳାଚଳ କରୁଥିବା ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରିଥିବା ବେଳେ ଆଉ କିଛି ଟ୍ରେନ୍ ଅଟଳି ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଟ୍ରେନ୍ ନମ୍ବର ୨୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ, ୧୨୩୧୪ ନୂଆଦିଲ୍ଲୀ-ସିଆଲଦା ରାଜଧାନୀ ଏକ୍ସପ୍ରେସ ଏବଂ ୧୨୩୦୨ ନୂଆଦିଲ୍ଲୀ-ହାୱଡା ରାଜଧାନୀ ଏକ୍ସପ୍ରେସର ଗତିପଥ ବଦଳିଛି ।

ଏହି ସବୁ ଟ୍ରେନ୍ ଡିଡିୟୁ-ଗୟା-ପ୍ରଧାନଖଣ୍ଟା ପରିବର୍ତ୍ତେ ଡିଡିୟୁ-ପାଟନା-ଝାଝା ମାଧ୍ୟମରେ ଚଳାଚଳ କରିବ ବୋଲି ଜଣାପଡିଛି ।

ସେହିଭଳି ବିହାର-ପୁରୀ ଏକ୍ସପ୍ରେସର ମଧ୍ୟ ରୁଟ୍ ବଦଳିଥିବା ଜଣାପଡ଼ିଛି । ୧୨୮୧୬ ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସକୁ କୋଡେର୍ମା-ନେସୁଚବୋ ଗୋମୋ ପରିବର୍ତ୍ତେ ହଜାରିବାଗ ଟାଉନ-ବରକାକାନା ଦେଇ ଚଳାଚଳ କରିବ ।

Related posts

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ

Odisha Halchal

ସୀମା ଡେଇଁଲାଣି କାଠଯୋଡି ଜଳ ପ୍ରଦୂଷଣ

Odisha Halchal

ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି : ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

Odisha Halchal

Leave a Comment