ଓଡ଼ିଶା ଖବରନ୍ୟୁଜ୍

ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା

ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା

କାଲିମେଳା :-ଓଡ଼ିଶା ହାଲଚାଲ ( ରିପୋର୍ଟ-ନିବାଶ ମ୍ରିଧା)ମାଲକାନଗିରି ଜିଲ୍ଲା ପଟେରୁ ମହାଉତ୍ସବ କୁ ପାଣି ଢାଳିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ l ଘଟଣାଟି ଘଟିଛି ଏମପିଭି 23ନମ୍ବର ପେଟ୍ରୋଲ ପମ୍ପ ନିକଟ 326 ନମ୍ବର ଜାତୀୟ ରାଜ ପଥରେ,ଅପରାହ୍ନ ତିନିଟା ସମୟରେ l ମୃତକ ଜଣଙ୍କ ହେଉଛନ୍ତି କୋରାଫୁଟ ଜିଲ୍ଲା ସୁନାବେଢା ଡିବି କ୍ୟାମ୍ପ ର ସୁବାସ ମଣ୍ଡଳ ବୋଲି ଜଣାପଡ଼ିଛି ।ତାଙ୍କ ଶହ ଥିଲେ ଅରୁନ ମଣ୍ଡଳ, ଅରୁଣ ମଣ୍ଡଳ ଗୁରୁତ୍ତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକ୍ଷିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

ଘଟଣାରୁ ଜଣା ଯାଇଛି ସୁବାସ ମଣ୍ଡଳ ପ୍ରତେକ ବର୍ଷ ପଟେରୁ ମହାଉତ୍ସବ ସମୟ ରେ ହରି ମନ୍ଦିରକୁ ଆସି ପାଣି ଢ଼ାଲି ମହାଉତ୍ସବ ସାରି ନିଜ ଘର ସୁନାବେଢା କୁ ଫେରି ଯାଆନ୍ତି, ପ୍ରତେକ ବର୍ଷ ପରି ଏ ବର୍ଷ ଏକ ଓମିନି ଗାଡି ଯାହାର ନମ୍ବର OD 10K 6484 ଗାଡ଼ିରେ ଦୁଇ ଜଣ ଆସିଥିଲେ ଗତ କାଲି ପାଣି ଢ଼ାଲି ପଡିଆ ବ୍ଲକ ଏମଭି 58ଗ୍ରାମରେ ଅରୁଣ ମଣ୍ଡଳ ଙ୍କ ସମ୍ପର୍କୀୟ ଙ୍କ ଘରକୁ ଯାଇଥିଲେ ସେଠାରୁ ଫେରୁଥିବା ସମୟ ରେ ଏମପିଭି 23ନମ୍ବର ଜାତୀୟ ରାଜ ପଥ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ଟି ଭାରସାମ୍ୟ ହରାଇ ଏକ ଗଛ ଶହ ପିଟି ହୋଇ ଯାଇଥିଲା ।

ଘଟଣା ସ୍ଥଳେ ସୁବାସ ମଣ୍ଡଳ ଙ୍କ ର ମୃତ୍ୟୁ ଘଟିଥିଲା ବେଳେ ଅରୁଣ ମଣ୍ଡଳ ଗୁରୁତ୍ତର ଅବସ୍ଥା ରେ ହସ୍ପିଟାଲ କୁ ନିଆଯାଇଥିଲା l ଅରୁଣ ମଣ୍ଡଳ ଗାଡି ଚଳାଉଥିଲା ବୋଲି ଜଣାପଡ଼ିଛି।, କାଲିମେଳା ଅଗ୍ନିଶ୍ରମ ବାହିନୀ ଖବର ପାଇ ତୁରନ୍ତ ଘଟଣା ସ୍ଥଳେ ପହଞ୍ଚି ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ପଠାଇ ଥିଲେ l ଗୁରୁତ୍ତର ଅରୁଣ ମଣ୍ଡଳ ଙ୍କୁ ପ୍ରାଥମିକ ଚିକ୍ଷିତ୍ସା ପରେ ମାଲକାନଗିରି ମୁଖ୍ୟ ଚିକ୍ଷିତ୍ସା ଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣା ଯାଇଛି l

କାଲିମେଳା ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୁଦାସ ଙ୍କର ଏମଭି 66ଗ୍ରାମରେ ଥିବା ସମ୍ପର୍କୀୟ ଖବର ପାଇ ସ୍ଵାସ୍ତ୍ୟ କେନ୍ଦ୍ରରେ ପହଞ୍ଚି ଥିବା ଦେଖିବାକୁ ମିଳିଛି, ସମ୍ପର୍କୀୟ ଙ୍କ ମଧ୍ୟରେ ଶୋକାକୁଳ ଦେଖିବାକୁ ମିଳିଛି l ପରିବାର ବର୍ଗ ପହଞ୍ଚିଲେ ମୃତ ଶରୀର ବେବ ଛେଦ କରାଯାଇ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି କହିଛନ୍ତି l

Related posts

ଏହି ତାରିଖରୁ ଆରମ୍ଭ ହେବ ‘KBC -14’, ପୁରସ୍କାର ରାଶିରେ ବଡ ପରିବର୍ତ୍ତନ

Odisha Halchal

ଆସନ୍ତା ୭ ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ଖରାର ପ୍ରକୋପ,ଘରୁ ନବାହାରିବାକୁ ପରାମର୍ଶ

Odisha Halchal

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ?

Odisha Halchal

Leave a Comment