ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଶସ୍ୟ କ୍ରୟ କମିଟିର ବୈଠକ

ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଶସ୍ୟ କ୍ରୟ କମିଟିର ବୈଠକ

ବୌଦ୍ଧ:-ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଶସ୍ୟ (ମାଣ୍ଡିଆ) କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା, କଣ୍ଟାମାଲ ବ୍ଲକ ରେ ୫୨୧ ହେକ୍ଟର ଖରିଫ ମାଣ୍ଡିଆ ଚାଷରେ ୧୨୭୧ ଜଣ ଚାଷୀ ପ୍ରୋତ୍ସାହନ ରାଶି ଦ୍ୱାରା ଲାଭାନ୍ବିତ ହୋଇଛନ୍ତି।

ବର୍ତମାନ ବଳକା ମଣ୍ଡିଆକୁ ଚାଷୀମାନେ ଉଚିତ ମୂଲ୍ୟରେ ସରକାରଙ୍କ ଦ୍ୱାରା ଖୋଳାଯିବାକୁ ଥିବା ମାଣ୍ଡିଆ ମଣ୍ଡି ରେ ବିକ୍ରି କରିପାରିବେ । ସମୁଦାୟ ଚାଷୀଙ୍କର ଏମ୍ ପାସ ପଞ୍ଜିକରଣ ପ୍ରକ୍ରିୟା ସମ୍ପନ୍ନ ହୋଇସାରିଛି ଏବଂ କ୍ୱିଣ୍ଟାଲ ପ୍ରତି ୩୫୭୮ ଟଙ୍କା ରେ ସ୍ଥାନୀୟ ପେକସ ମାଧ୍ୟମରେ ବିକ୍ରି କରିପାରିବେ।

ଜିଲ୍ଲାରେ ସମୁଦାୟ ୧୦୦୦ କୁଇଣ୍ଟାଲ ମାଣ୍ଡିଆ କିଣାଯିବ,ଏହି ପ୍ରକ୍ରିୟାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ କରି କହିଥିଲେ ଯେ, ଚାଷୀ ଯେପରି ମାଣ୍ଡିଆ ବିକ୍ରୀ ଓ ପ୍ରାପ୍ୟ ପ୍ରାପ୍ତ ପାଇଁ ସମସ୍ତ ସୁବ୍ୟବସ୍ଥା କାଯିବା ଓ ମାଣ୍ଡିଆ ର ବହୁଳ ପ୍ରସାର ପାଇଁ, ଜିଲାରେ ୮ ଗୋଟି ମାଣ୍ଡିଆ ଟିଫିନ୍ ଓ ୨ ଗୋଟି ମିଲେଟ ଶକ୍ତି କାଫେ ଖୋଲାଯିବ, ଯାହା ଓଡିଶା ମିଲେଟ ମିଶନ ଓ ମିଶନ ଶକ୍ତି ଦ୍ୱାରା ଆର୍ଥିକ ସହଯୋଗ ପ୍ରଦାନ କରାଯିବ।

Related posts

ଏପ୍ରିଲରୁ ରୋଷେଇରୁ ଆରମ୍ଭ କରି ବିଦ୍ୟୁତ ଓ ପରିବହନ ହୋଇପାରେ ମହଙ୍ଗା, ବଢ଼ିବ ପ୍ରାକୃତିକ ଗ୍ୟାସ ଦର

Odisha Halchal

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

Odisha Halchal

ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି

Odisha Halchal

Leave a Comment