ଓଡ଼ିଶା ଖବରନ୍ୟୁଜ୍

ମହାନଦୀକୁ ଡେଇଁଲେ ଯୁବକ

ମହାନଦୀକୁ ଡେଇଁଲେ ଯୁବକ

କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ଯୁବକ ଜଣଙ୍କ ସାଇକେଲ୍‌ରେ ଆସିଥିଲେ। ସିଧାମଳା ବ୍ରିଜ୍ ଉପରେ ସାଇକେଲ୍ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ବ୍ରିଜ ଉପରେ ଉପସ୍ଥିତ ଥିବା ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି। ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ତା’ର କାରଣ ଜଣାପଡ଼ିନାହିଁ।

Related posts

ପୋଲିସ୍ ଦ୍ଵାରା ୩ ନାବାଳକ ସହ ୧୦ ଦାଦନ ଶ୍ରମିକ ଉଦ୍ଧାର

Odisha Halchal

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

Odisha Halchal

ନ୍ୟାୟ ପାଇବା ପାଇଁ ଲଢେ଼ଇ କରୁଛି ତାରାବତୀ

Odisha Halchal

Leave a Comment