ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା

ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ ) କଟକ ମଧୁପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ । ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା । ଦୁଇ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରିଛି ମାଆ ।କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।୩ ବର୍ଷର ଛୁଆକୁ ବେକ ଚିପି ମାରିଲା ମା’।ଛୁଆକୁ ମାରି ଫ୍ୟାନରେ ଛୁଲି ଆତ୍ମହତ୍ୟା।

ମୃତକ ଶିଳ୍ପୀ ଖୁଣ୍ଟିଆ ଓ ସ୍ବାମୀ ସନ୍ତୋଷ ଖୁଣ୍ଟିଆ।ଉଭୟ ସ୍ବାମୀ ସ୍ତ୍ରୀ ପେଶାରେ ଇଞ୍ଜିନିୟର।ମୃତ ୩ ବର୍ଷର ଶିଶୁ ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀରଶିଳ୍ପୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ସନ୍ତୋଷ। ତେବେ ହତ୍ୟା ପରେ ମାଆ ମଧ୍ୟ ଆତ୍ମହତ୍ୟା କରିଛି ।

ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି ।ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଜଣାପଡୁଛି ପାରିବାରିକ ଅଶାନ୍ତି ହୋଇଥାଏପାରେ । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Related posts

RBI ଭୁବନେଶ୍ୱର ଶାଖାରୁ ଚୋରି

Odisha Halchal

ପୋଲିସ କବଜାରେ ATM ଲୁଟେରା

Odisha Halchal

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

Leave a Comment