ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କଂଗ୍ରେସ ର ସମାବେଶ, ରାଜନେତାଙ୍କ ଟଙ୍କା ଦେଇ ଲୋକ ଜମା କରିବା ପୁରୁଣା ଅଭ୍ୟାସ।

କଂଗ୍ରେସ ର ସମାବେଶ, ରାଜନେତାଙ୍କ ଟଙ୍କା ଦେଇ ଲୋକ ଜମା କରିବା ପୁରୁଣା ଅଭ୍ୟାସ।

ଓଡିଶା ହାଲଚାଲ
ଜୟପୁର :- (ଓଡିଶା ହାଲଚାଲ) କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏହି ଶୋଭାଯାତ୍ରା ଜୟପୁର ପାୱାର ହାଉସ ଛକ ଠାରୁ ଆରମ୍ଭ ହୋଇ ସର୍ଦାର ବଲ୍ଲଭାଇ ପଟେଲ୍ ମାର୍ଗ ଦେଇ ଜୟପୁର ଦଶହରା ପଡିଆ ଠାରେ ପୋହୋଞ୍ଚି ଶୋଭାକାର୍ୟ୍ଯ ଅନୁଷ୍ଠିତ ହୋଇଥିଲା, ପ୍ରତିକ୍ରିୟା ନେବାରେ କଂଗ୍ରେସ ଦଳ ପ୍ରତି ଦରଦ ନଥିଲେ ମଧ୍ୟ ପେଟ୍ରୋଲ,ଟଙ୍କା ଓ ଚିକେନ ଖାଦ୍ୟ ଖାଇବାକୁ ମିଳୁଛି ବୋଲି ବାଧ୍ୟବାଧକ୍ତା ସହ ଶୋଭାଯାତ୍ରା ରେ ଯୋଗ ଦେଇଛୁ ବୋଲି କୋହି ଥିଲେ, ସାରା ଦେଶରେ କଂଗ୍ରେସ ଲୋପ ପାଇଥିବା ବେଳକୁ ଜୟପୁରରେ ଏହି ଶୋଭାଯାତ୍ରାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସାଧାରଣରେ ମତ୍ତୋ ପ୍ରକାଶ ପାଇଛି।

ନିର୍ବାଚନ ପୂର୍ବରୁ ଯେତେ ଟଙ୍କା ଖର୍ଚ୍ଚ ହେଉଛି ରାଜନେତା ମାନେ କେଉଁଠାରୁ ଆଣୁଛନ୍ତି ବୋଲି ଅନ୍ୟାନ୍ୟ ଦଳ ସମେତ ସାଧାରଣ ଜନତା ପ୍ରଶ୍ନ କରିବା ସହ କେନ୍ଦ୍ର ଇଡି ବିଭାଗ ଦ୍ଵାରା ତଦନ୍ତ କରାଯାଉ ବୋଲି ଅନ୍ୟାନ୍ୟ ଦଳର କର୍ମୀ, ନେତା ସାଧାରଣ ଜନତା ଦାବି କରିଛନ୍ତି। ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ିଛି କଂଗ୍ରେସ ବିଧାୟକ ଜୟପୁର ନିର୍ବାଚନ ମଣ୍ଡଳୀରେ ବିଗତ ଦଶ ବର୍ଷର ଶାସନର ଆଜିର ଏହି ଶୋଭାଯାତ୍ରାରେ ମାତ୍ର ୧୦୦୦ ଲୋକ ହିଁ ଯୋଗ ଦେଇଥିଲେ ତାହା ମଧ୍ୟ ଜିଲ୍ଲା ବାହାର ବିଭିନ୍ନ ଗ୍ରାମାଞ୍ଚଳର କର୍ମୀ ସମେତ ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ଓଡିଶା ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ପିସିସି ସୋଭାପତୀ ଶ୍ରୀ ଶରତ ପଟ୍ଟନାୟକ ଲୋକଶୋଭା ପ୍ରତିନିଧି ଶ୍ରୀ ଯୁକ୍ତ ସପ୍ତଗିରି ଉଲକା ଜିଲ୍ଲା କଂଗ୍ରେସ କମିଟି ସଭାପତି ଶଶିଭୂଷଣ ପାତ୍ର, କଂଗ୍ରେସ

ଏସି ଏସ ଟି ସେଲ୍ ଅଧ୍ୟକ୍ଷ ଜୟରାମ ପାଙ୍ଗି ଟାଉନ୍ କଂଗ୍ରେସ ସଭାପତି ନରେନ୍ଦ୍ର କୁମାର ମହାନ୍ତି, ବ୍ଲକ୍ ସଭାପତି, ବସନ୍ତ କୁମାର ନାୟକ, ନୂତନ ଭାବରେ ଯୋଗ ଦେଇଥିବା ବହୁ କଂଗ୍ରେସ କର୍ମୀଙ୍କ ସହ ଏକ ମଟର ସାଇକେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ଏଥିରୁ ଜଣାପଡ଼ିଛି ଆସନ୍ତା ୨୦୨୪ ନିର୍ବାଚନ ଜୟପୁର ନିର୍ବାଚନ ମଣ୍ଡଳୀରେ କେଉଁ ଦଳ ବିଜୟ ହେବା କିଭଳି ଭାବରେ ପ୍ରଭାବ ରହୁଛି ତାହା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖା ଦେଇଛି।

Related posts

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

Odisha Halchal

ଗରମତେଲରେ ନିଆଁ ଲାଗି ଅଘଟଣ

Odisha Halchal

ଶ୍ୱଶୁର ଘରେ ଜ୍ୱାଇଁ କୁ ହତ୍ୟା

Odisha Halchal

Leave a Comment