ଅପରାଧଓଡ଼ିଶା ଖବରନ୍ୟୁଜ୍

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ପୋଲିସ ଯେତେ ଘାଣ୍ଟୁଛି, ସେତେ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର । ସେ କହିଛନ୍ତି ଯେ, ‘ତଳକୋର୍ଟକୁ ବେଲ୍ ପିଟିସନ ପାଇଁ ଯିବୁ । ଏଫଆଇଆର ଆଧାରରେ ଧାରା ଲାଗୁ ହୋଇଛି । ପୋଲିସ ତଦନ୍ତ ପରେ ସବୁ କଥା ଜଣାପଡ଼ିବ । ପୋଲିସ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । କ’ଣ କ’ଣ ପ୍ରମାଣ ଅଛି, ତାହା ଆମେ କୋର୍ଟରେ ଦେବୁ । କିଏ ଫଟୋ ଭାଇରାଲ କରିଛି, ସବୁ ଜଣାପଡିଯିବ ।’

ତେବେ ଏହାରି ମଧ୍ୟରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଚାକିରି କରାଇଦେବା ବାହାନାରେ ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରିଥିଲେ । ସେ ପ୍ରଥମେ ଯୁବତୀଙ୍କୁ ନିଶା ଦେବା ସହ ନିର୍ବସ୍ତ୍ର କରି ପରେ ଭିଡିଓ ଶୁଟ୍ କରିଥିଲେ । ଉକ୍ତ ଏତଲାରୁ ଏଭଳି ଭୟଙ୍କର ତଥ୍ୟ ପଦାକୁ ଆସିଛି । ପାନୀୟରେ ନିଶା ଦେଇ ଅର୍ଚ୍ଚନା ପୀଡ଼ିତାଙ୍କ ନଗ୍ନ ଭିଡିଓ ଶୁଟିଂ କରିଥିଲେ । ପରେ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ଡକାଇ କୌଶଳକ୍ରମେ ପୀଡ଼ିତାଙ୍କ ସହିତ ଗୁପ୍ତରେ ଭିଡିଓ ବନାଇଥିଲେ । ଗତ ୨୦୧୮ରେ ପୀଡ଼ିତା ଚାକିରି ସନ୍ଧାନରେ ଆସିଥିବା ବେଳେ ତାଙ୍କର ଅର୍ଚ୍ଚନାଙ୍କ ସହିତ ପରିଚୟ ହୋଇଥିଲା । ଗୋଟିଏ ବିଲଡିଂରେ ଘର ଭଡ଼ା ନେଇ ରହୁଥିବାରୁ ପୀଡ଼ିତାଙ୍କର ଅର୍ଚ୍ଚନାଙ୍କ ସହିତ ପରିଚୟ ବଢ଼ିଥିଲା । ପରବର୍ତ୍ତୀ ସମୟରେ ଚାକିରି କରାଇଦେବା ଆଳରେ ପୀଡ଼ିତାଙ୍କୁ ଫସାଇ ଦେଇଥିଲେ ବ୍ଲାକମେଲର ଅର୍ଚ୍ଚନା ।

ସେକ୍ସ ଭିଡିଓ କରି ବ୍ଲାକମେଲିଂ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାକୁ ଅର୍ଚ୍ଚନା ପ୍ରବର୍ତ୍ତାଇଥିଲେ । ଦିନେ ରାତିରେ ପାର୍ଟି କରିବା ବାହାନା କରି ପୀଡ଼ିତାଙ୍କୁ ନିଶା ପାନୀୟ ପିଆଇ ବେହୋସ କରିଦେଇଥିଲେ ଅର୍ଚ୍ଚନା । ଏହା ପରେ ତାଙ୍କର ଖରାପ ଭିଡିଓ ଶୁଟ୍ କରିଥିଲେ । ଚେତା ଫେରିବା ବେଳକୁ ସେ ନିର୍ବସ୍ତ୍ର ଥିବା ପୀଡ଼ିତା ଉଲ୍ଲେଖ କରିଛନ୍ତି । ଉକ୍ତ ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ପୀଡ଼ିତାଙ୍କୁ ବ୍ଲାକମେଲ କରିଥିଲେ । ଗତ ଏପ୍ରିଲ ମାସରେ ଅକ୍ଷୟଙ୍କ ନମ୍ବର ଦେଇ ତାଙ୍କ ସହ ଚାଟିଂ କରିବାକୁ ଅର୍ଚ୍ଚନା ପୀଡ଼ିତାଙ୍କୁ କହିଥିଲେ । ଏହାପରେ ପୀଡ଼ିତା-ଅକ୍ଷୟଙ୍କ ମିଳାମିଶାକୁ ନେଇ ଅର୍ଚ୍ଚନା ଭିଡିଓ ଶୁଟ୍ କରି ପରେ ବ୍ଲାକମେଲିଂ କରିଥିଲେ ବୋଲି ଜଣାପଡିଛି ।

ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ଚାଲିଥିଲା । ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଜଣେ ପୀଡ଼ିତା ଏତଲା ଦାୟର କରିଥିଲେ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ଜାମିନ ଆବେଦନ କରିଥିଲେ । ଆଜି ସୁରକ୍ଷା ଦୃଷ୍ଟିରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଜାମିନ ଆବେଦନର ଶୁଣାଣି ଚାଲିଥିଲା ।

Related posts

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

Odisha Halchal

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Halchal

ପୋଲିସ୍ ହାତରେ 5ଜଣିଆ ଡକାୟତି ଗ୍ୟାଙ୍ଗ

Odisha Halchal

Leave a Comment