ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍

ଜିଲ୍ଲାର ସମ୍ପର୍କର ମାଧ୍ୟମ ସାଜିଛି କାଠ ପୋଲ

ଜିଲ୍ଲାର ସମ୍ପର୍କର ମାଧ୍ୟମ ସାଜିଛି କାଠ ପୋଲ

ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ନବରଙ୍ଗପୁର ଓ କୋରାପୁଟ ଦୁଇଟି ଜିଲ୍ଲାର ସମ୍ପର୍କ ର ମାଧ୍ୟମ ସାଜିଛି କାଠ ପୋଲ, ମୁରାନ ନଦୀ ଉପରେ ଲଙ୍ଗଳଅଟାଳ ଠାରେ ନିର୍ମିତ କାଠ ପୋଲ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ ନାନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ ର କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ଦୁରତ୍ଵ ପ୍ରାୟ ଚାଳିଶି କିଲୋ ମିଟର କମିଯାଇଛି। ଦୁଇଟି ଜିଲ୍ଲାର ତିରିଶି ଗୋଟି ପଞ୍ଚାୟତ ବାସିନ୍ଦା ଉପକୃତ ହୋଇ ପାରିଛନ୍ତି।

କାଠପୋଲ ଟିକୁ ନିର୍ମାଣ କରିଛନ୍ତି ଲଙ୍ଗଳଅଟାଳ ଓ ଚିଲାମୁଣ୍ଡା ର ଗ୍ରାମ ବାସୀ ତାହା ମଧ୍ୟ ନିଜ ଖର୍ଚ୍ଚ ରେ । ଏହି କାଠ ପୋଲ ଉପରେ ପ୍ରତିଦିନ ଶହ ଶହ ପଥଚାରୀ ସହ କିଛି ମଟର ସାଇକେଲ ଓ ଅଟୋ ମଧ୍ୟ ଯିବା ଆସିବ କରିଥାନ୍ତି।ମୁରାନ୍ ନଦୀ ଉପରେ ଏହି କାଠ ପୋଲ ଯୋଗୁଁ ନବରଙ୍ଗପୁର ଜିଲ୍ଲାର କିଛି ଗ୍ରାମ ସହ କୋରାପୁଟ ଜିଲ୍ଲାର କିଛି ଗ୍ରାମ ସହ ଯୋଗାଯୋଗ ସୁବିଧା ହୋଇ ଅଛି , କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ର ବିଭିନ୍ନ ପଞ୍ଚାୟତ ସହ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ ନନ୍ଦାହାଣ୍ଡି ବ୍ଲକ ର ପଞ୍ଚାୟତ ସହ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇ ପାରିଛି ।

କୋରାପୁଟ ଜିଲ୍ଲା ଠାରୁ ନବରଙ୍ଗପୁର ଜିଲ୍ଲାର ଦୁରତ୍ଵ କମିଯାଇଛି କୋରାପୁଟ ର କିଛି ପଞ୍ଚାୟତ କୁ ଯିବା ପାଇଁ ହେଲେ ବୁଲି କି ଯିବାକୁ ପଡୁଥିଲା ପୋଲ ଯୋଗୁଁ ସିଧା ସଳଖ ସଂଯୋଗ ହୋଇଛି ପରିଶ୍ରମ ଓ ସମୟ ଦୁଇଟି ବଞ୍ଚି ଯାଉଛି। ପ୍ରତିଦିନ ଶହ ଶହ ଲୋକ ଙ୍କ ଉପକାର ରେ ଏହି କାଠ ପୋଲ ଲାଗୁଛି, ସରକାର ଏହିଠାରେ ଏକ ପୋଲ ନିର୍ମାଣ କଲେ ସମସ୍ତ ଙ୍କ ଉପକାରରେ ଲାଗି ପାରି ଥାନ୍ତା।
ଦୁଇଟି ଗ୍ରାମବାସୀ ପରିଶ୍ରମ କରି ଦଶ ହଜାର ଟଙ୍କା ଖର୍ଚ ରେ କାଠ ପୋଲ ଟିକୁ ତିଆରି କରି ଛନ୍ତି, ଅଣ୍ଟାଏ ପାଣିରେ ଖମ୍ବ ଗୁଡ଼ିକ ପୋତା ଯାଇଛି ଗତ ବର୍ଷ ପୋଲ ପାର ହେବା ଲୋକଙ୍କ ଠାରୁ ଦଶ ଟଙ୍କା ମାହାସୂଲ ଆଦାୟ କରା ଯାଉଥିଲା

କିନ୍ତୁ ଚଳିତ ବର୍ଷ ପୋଲ୍ ମରାମତି କେବଳ କରିଥିବା ଯୋଗୁଁ ମହାସୁଲ ଆଦାୟ କରା ଯାଉ ନାହିଁ , ସରକାର ଯଦି ଏହିଠାରେ ଏକ ସ୍ଥାୟୀ ସିମେଣ୍ଟ ପୋଲ ନିର୍ମାଣ କଲେ ସମସ୍ତ ଙ୍କ କାମରେ ଲାଗି ପାରି ଥାନ୍ତା। ଏହି ସଂପର୍କରେ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ସେ ସେ ଏହି ସଂପର୍କ ରେ ଅବଗତ ଥିବା କହୁଛନ୍ତି ଏହି ଠାରେ ଏକ ବଡ ପୋଲ ର ଆବଶ୍ୟକ ରହିଛି ଏଣୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛନ୍ତୀ ବୋଲି ପ୍ରକାଶ କରିଛନ୍ତି।

Related posts

ହୋଡିଂକୁ କଲେ ହାଇଜାକ

Odisha Halchal

ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ତାମ୍ପରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ

Odisha Halchal

ଜମ୍ମୁ କଶ୍ମୀର: ଅବନ୍ତୀପୋରାରେ ସେନାର ଏନ୍‌କାଉଣ୍ଟର

Odisha Halchal

Leave a Comment