ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍ବିଶେଷ ଖବର

ଜିଲ୍ଲାର ଏକମାତ୍ର ଟସର ଚାଷୀ ସମବାୟ ସମିତି କାର୍ଯ୍ୟାଳୟକୁ ରାସ୍ତା ନାହିଁ

ଜିଲ୍ଲାର ଏକମାତ୍ର ଟସର ଚାଷୀ ସମବାୟ ସମିତି କାର୍ଯ୍ୟାଳୟକୁ ରାସ୍ତା ନାହିଁ

ବୌଦ୍ଧ(ବ୍ୟୁରୋ ଓଡିଶା ହାଲଚାଲ ):-କୃଷି ଓ କୃଷକର ଉନ୍ନତି ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ସରକାର ଘୋଷଣା କରୁଥିବା ବେଳେ, ବୌଦ୍ଧ ଜିଲ୍ଲାର ଟସର ଚାଷ ଓ ଚାଷୀଙ୍କ ପ୍ରତି ଅବହେଳାର ଚିତ୍ରକୁ ଦେଖିଲେ ସରକାର ଘୋଷଣାଯେ ପାଣିରଗାର ତାହା ସହଜରେ ଜଣାପଡିଯିବ। କାରଣ ସଦର ବ୍ଲକର ଗୋଛାପଡା ପଞ୍ଚାୟତ ଅଞ୍ଚଳରେ ପ୍ରଶାସନ ୭ଟି କ୍ରସର୍ ସ୍ଥାପନର ଅନୁମତି ଦେଇ ସେହି ଅଞ୍ଚଳରେ ହେଉଥିବା ଟସର ଚାଷକୁ ଧ୍ବଂସ କରିବା ଯୋଜନା ହେଉ କିମ୍ବା ବାଉଁଶୁଣି ଠାରେ ଥିବା ଜିଲ୍ଲାର ଏକମାତ୍ର ଟସର ଚାଷୀ ସମବାୟ ସମିତିର କାର୍ଯ୍ୟାଳୟକୁ ଏଯାଏଁ ରାସ୍ତାଟିଏ ନିର୍ମାଣ ହୋଇ ନପାରିବା ଘଟଣା ହେଉ।

ଯଦ୍ବାରାକି ଚାଷୀମାନେ ସମିତିକୁ ଯିବାଆସିବା କରିବାରେ ବହୁବର୍ଷ ହେଲା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏଥିରୁ ସରକାରଙ୍କ କୃଷି ଓ କୃଷକଙ୍କ ପ୍ରତି ଥିବା ମନୋଭାବ ସ୍ପଷ୍ଟ ବାରି ହୋଇ ପଡୁନିକି। ବୌଦ୍ଧ ବ୍ଲକ ଅର୍ନ୍ତଗତ ବଘିଆପଡା ,ଆମଠାପଡା ଗୋଛାପଡା ପଞ୍ଚାୟତର ମାଳିସାହି, ବିଜାପଦର, ମଲ୍ଲିକପଡା, ସାନଝାରମୁଣ୍ଡା ଗୁନ୍ଦୁଳିଆ ପଞ୍ଚାୟତର ଗୁନ୍ଦୁଳିଆ ଏବଂ କଣ୍ଟାମାଳ ବ୍ଲକ ପାଲସାଗୋରା ପଞ୍ଚାୟତର ପରା,ପଞ୍ଚଖଣ୍ଡି, ରୁଣ୍ଡିମହୁଲ ପଞ୍ଚାୟତର ଗୋହିରାପାଲି ଆଦି ଗ୍ରାମର ପ୍ରାୟ ୫୦ ଜଣ ଚାଷୀ ଟସର ଚାଷ କରିଥାନ୍ତି।

ବାଉଁଶୁଣି ସମିତିରୁ ସେମାନେ ବିହନ ନେଇ ଚାଷ କରିବା ସହ ଅମଳ ପରେ ଟସର କୋଷାଗୁଡିକ ବାଉଁଶୁଣି ସମିତିରେ ବିକ୍ରୟ କରିଥାନ୍ତି। ଏହି ଚାଷରୁ ଜଣେ ଜଣେ ଚାଷୀ ବର୍ଷକୁ ୪୦ ହଜାରରୁ ଅଧିକ ଟଙ୍କା ଆୟ କରିଥାନ୍ତି। ହେଲେ ଏହି ଟସର କୋଷାଗୁଡିକୁ ଚାଷୀମାନେ ସମିତିକୁ ନେବା ବେଳେ ସବୁଦିନିଆ ରାସ୍ତା ନଥିବାରୁ ଚାଷୀମାନେ ହଇରାଣରେ ପଡ଼ିଥାନ୍ତି।

କାରଣ ବର୍ଷା ହେଲେ ଏହି ରାସ୍ତାରେ ଗାଡ଼ିମଟର ଯିବା ଅସମ୍ଭବ ହୋଇପଡିବା ସହ ଅଣଓସାରିଆ ରାସ୍ତା ଯୋଗୁଁ ଅନେକ ସମୟରେ ଚାରିଚକିଆ ଯାନ ଯାଇପାରେ ନାହି। ଏଥିପାଇଁ ଚାଷୀମାନଙ୍କୁ କୋଷାବସ୍ତା ଗୁଡିକୁ ଅନେକ ବାଟ ପର୍ଯ୍ୟନ୍ତ ବୋହିକି ନେବାକୁ ପଡିଥାଏ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ଟସର ଚାଷର ଉନ୍ନତି ସହ ସମିତିକୁ ଏକ ପ୍ରଶାସନ ଟସର ଚାଷର ଉନ୍ନତି ସହ ସମିତିକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

Related posts

ବଣୁଆ ହାତୀ ଙ୍କ ଉପଦ୍ରବ

Odisha Halchal

ସକ୍ରିୟ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ଓ କାଳବୈଶାଖୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ

Odisha Halchal

Leave a Comment