ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ

୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ

ମାଲକାନଗିରି ୨୯/୦୨(ରିପୋର୍ଟ,କ୍ରିଷ୍ନପଦ ରାୟ) ଆଜି ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ସନ୍ତୋଷ କୁମାର ବଳ ମାଲକାନଗିରି ରେଞ୍ଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମାଥିଲି ଅବକାରୀ ଷ୍ଟେସନର ଶ୍ରୀ ପ୍ରଭାକର ସେଠୀ ନୁନ ସେମିଳିଗୁଡା ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ର ରେ ଚଢାଉ କରିଥିଲେ ଯେଉଁଠି ୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ଉପ ଅଧିକ୍ଷକ ମାଲକାନଗିରି ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସଂପର୍କରେ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ଗିରଫ ଅଭିଯୁକ୍ତଙ୍କ ନାମ ଘାସିହା କିରସାନୀ, ଘର ନୁନ ସେମିଳିଗୁଡା଼ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଙ୍କୁ ଏସ.ଡି.ଯେ.ଏମ କୋର୍ଟରେ ହାଜର କରାଯାଇ ହାଜତ କୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛି ।

ଏହି ଚଢାଉ ସମୟରେ ପ୍ରଭାକର ସେଠି ଓଆଇସି, ସୁରେନ୍ଦ୍ର କୁମାର ମାଝି ଏ.ଏସ.ଆଇ, ମାଥିଲି ଅବକାରୀ ଷ୍ଟେସନ ସହିତ କନେଷ୍ଟବଳ କାହ୍ନୁଚରଣ ମଲ୍ଲିକ, କନେଷ୍ଟବଳ ପ୍ରଭାତ କୁମାର ସାହୁ, କନେଷ୍ଟବଳ ନିତ୍ୟ ରଞ୍ଜନ ତାଣ୍ଡି, କନେଷ୍ଟବଳ ଗୋବିନ୍ଦ ବାନଜାମି ପ୍ରମୁଖ ଉପସ୍ଥିତ ରହିଥିଲେ ଏନେଇ ଅବକାରୀ ଉପ ଅଧିକ୍ଷକ ସୂଚନା ଦେଇଛନ୍ତି।

Related posts

କଙ୍ଗାରୁକୋର୍ଟର ଶିକାର ଅନେକ ପରିବାର

Odisha Halchal

ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଅଣ୍ଟା ଭିଡ଼ିଲା ଦାବିପତ୍ର

Odisha Halchal

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

Odisha Halchal

Leave a Comment