ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ହାତରେ N A C କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ହାତରେ N A C କନିଷ୍ଠ ଯନ୍ତ୍ରୀ

ନୂଆପଡା(ଓଡିଶା ହାଲଚାଲ):-ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ N A C କନିଷ୍ଠ ଯନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଆବାସ ଘର ର ବିଲ କରାଇଦେବା ନାଁ ରେ ୱାର୍ଡ ନମ୍ବର 12 ର ପ୍ରେମାନନ୍ଦ ରାଉତ ନାମକ ଜୈନେକ ହିତାଧିକାରୀ ଙ୍କ ଠାରୁ ଦଶ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l

ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦେବ ଚରଣ ରାଉତ l ମିଲିଥିବା ସୂଚନା ଅନୁସାରେ ଖଡ଼ିଆଳ ଏନଏସି ୱାର୍ଡ ନମ୍ବର ୧୨ ର ପ୍ରେମାନନ୍ଦ ରାଉତ ଙ୍କ ମା ସୃରୁଜ ଦେଇ ନାଁ ରେ ଏକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ତିଆରି ହୋଇଥିଲା l ତେବେ ଘର ର ବିଲ କରାଇ ଦେବା ପାଇ ଯନ୍ତ୍ରୀ ରାଉତ ସୁରୁଜ ଦେଇ ଙ୍କ ପୁଅ ପ୍ରେମାନନ୍ଦ ଙ୍କୁ ୨୫ ହଜାର ଲାଂଚ ମାଗିଥିଲେ l

କିନ୍ତୁ ଦଶ ହଜାର ଟଙ୍କା ଦେବା ପାଇ ସହମତି ପ୍ରକାଶ ପାଇଥିଲା ତେବେ ଏନେଇ ପ୍ରେମାନନ୍ଦ ଭିଜିଲାନ୍ସ ନିକଟରେ ଅଭିଯୋଗ ଦେଲା ପରେ ଆଜି ଭିଜିଲାନ୍ସ ଡ଼ିଏସପି ଜୟଶ୍ରୀ ପ୍ରଧାନ ଙ୍କ ନେତୃତରେ ଏକ ଟିମ ଯୋଜନା ବଦ୍ଧ ଭାବେ ଖଡ଼ିଆଳ ସହର ର ପୁଟୁପଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ରେ ପ୍ରେମାନନ୍ଦ ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ବିଭାଗ କାବୁ କରିଥିଲା l ପରେ ଦେବଚରଣ ରାଉତ କୁ ଗିରଫ କରି ଘଟଣା ର ତଦନ୍ତ ଜାରି ରଖିଛି l

Related posts

ପ୍ରାଚୀନ ଓ ମଧ୍ୟଯୁଗୀୟ ବୀର ଫଳକ ଅନୁଗୁଳରେ

Odisha Halchal

ସେବା ଭାରତୀ ତରଫରୁ ଅଗ୍ନିବିପର୍ଣ୍ଣ ଙ୍କୁ ସହାୟତା

Odisha Halchal

ଜଙ୍ଗଲରେ ହାତୀପଲ ଦେଖି ଲୋକେ ଆତଙ୍କିତ

Odisha Halchal

Leave a Comment