ଓଡ଼ିଶା ଖବରନ୍ୟୁଜ୍

ରିୟାଲିଟି ଶୋ, ଦାଦାଗିରିରୁ ବିଦା ହେଲେ ଅନୁଭବ

ରିୟାଲିଟି ଶୋ, ଦାଦାଗିରିରୁ ବିଦା ହେଲେ ଅନୁଭବ

ଅନୁଭବ ଆଉଟ୍-ସିଦ୍ଧାନ୍ତ ଇନ୍

ଆଉ ଚାଲିବନି ଅନୁଭବଙ୍କ ଦାଦାଗିରି, ରିୟାଲିଟି ଶୋ, ଦାଦାଗିରିରୁ ବିଦା ହେଲେ ଅନୁଭବ, ସୁପରଷ୍ଟାର ରୁ ସୁପର ଫ୍ଲପ ହୋଇଗଲେ କି କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମାହାନ୍ତି

ଆମ ଅନୁଭବ ହଉଛି ବିଜେଡି ସାଂସଦ ଅନୁଭବ ମାହାନ୍ତି ଙ୍କର ଏବେ ରାହୁ କାଳ ଚାଲିଛି। ଯେଉଁ ଡାଳ ଧରୁଛନ୍ତି ସେ ଡାଳ ଭାଙ୍ଗି ଯାଉଛି। ପ୍ରଥମେ ପତ୍ନୀଙ୍କୁ ନିଯ୍ୟାତନା ଦେଇ ବିବାଦୀୟ ହେଲେ, ପରେ ରାଜନୀତି ଆଉ ଏବେ ତାଙ୍କ କ୍ୟାରିଅର ଲାଗିଛି ବାଜିରେ। ତାଙ୍କ ହାତରୁ ଖସି ଯାଇଛି ଟିଭିଶୋ ଦାଦାଗିରି। କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମାହାନ୍ତି ଏବେ କାମ ଖୋଜୁଛନ୍ତି। ଶୁଣିବାକୁ କଥାଟା ଖରାପ ଲାଗୁଥିଲେ ବି ଏକଦମ ସତ। ପତ୍ନୀଙ୍କ ସହ ବିବାଦ ବିଚ୍ଛେଦ ପାଇଁ ଆବେଦନ, ଆଉ ଏପଟେ ତାଙ୍କ ନାଁରେ ଆସିଲା ଘରୋଇ ହିଂସା ସହ ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସର ସାଙ୍ଘାତିକ ଅଭିଯୋଗ। ଆଉ ତା ପରେ ନିଜ ଦଳରେ ନିଜେ କୋଣଠେସା ହୋଇ ଅନୁଭବ ଅଡ଼ୁଆରେ ପଡିଥିଲେ। କିନ୍ତୁ ଏବେ ଅବସ୍ଥା ଆହୁରି ସାଙ୍ଘାତିକ ଏକ ନିଧିଷ୍ଠ ଟିଭି ଚ୍ୟାନେଲ ରେ ଦାଦାଗିରି ଶୋ କରୁଥିବା ଆମ କେନ୍ଦ୍ରାପଡା ସାଂସଦ ଅନୁଭବ ବାବୁ ଏବେ କର୍ମ ଛଡା। ଏଣିକି ଏହି ଶୋ କରିବେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ବିଭିନ୍ନ ସମୟରେ ବିବାଦକୁ ଆସିଛନ୍ତି ଅନୁଭବ କେତେବେଳେ ରାତି ଅଧିଆ Tutti କରି ସଲମାନ କୁ ଲାଇକ୍ ମାଗିଛନ୍ତି। ତ ଆଉ କେତେବେଳେ ମାସ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠେଇ ବିଜେଡି ପାଇଁ ଆଣିଛନ୍ତି ଅଡ଼ୁଆ। ସୋସିଆଲ ମିଡ଼ିଆରେ ଅନୁଭବ ଙ୍କର ଦେଖା ମିଳୁନଥିଲା କେନ୍ଦ୍ରାପଡା ରେ। ସାଂସଦଙ୍କ ପାଇଁ ବେଶୀ ଅଡ଼ୁଆ ସୃଷ୍ଟି କରିଥିଲା ବାନ୍ଦବି ଜାଗୃତି ଶୁକ୍ଳାଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେଣ୍ଡ କରି କମେଣ୍ଟ ସେୟାର ସହ ଯେମିତି କହୁଥିଲେ ଆମ ଭିତରେ କିଛି ଅଛି କି। ଉଭୟଙ୍କୁ ଧୁମ୍ ଥୋଇଥିଲେ ୟୁଜୋରସ୍। ଏହା ପରେ ନିଜ ଛବି ସୁଧାରି ବାକୁ ଯାଇ ଅନୁଭବ ଟିଭିଶୋ ଜରିଆରେ ଲୋକ ପ୍ରିୟତା ହାସଲ କରିବାକୁ ଚେଷ୍ଟା କଲେ। ହେଲେ ଯେମିତି ଅଭିଶାପ ପଡି ଯାଇଛି କାହାର ସାଂସଦ ଅନୁଭବ ମାହାନ୍ତି ଯାହା କରୁଛନ୍ତି ବିବାଦୀୟ ହେଉଛନ୍ତି। କୈଣସି ନିଧିଷ୍ଟ କାରଣକୁ ନେଇ ତାଙ୍କୁ ଦାଦାଗିରି ଶୋ ରୁ ବିଦାକରି ଦିଆଗଲା। ଏବେ ଅଭିନେତା ସିଦ୍ଧାନ୍ତକୁ ଶୋର ହୋଷ୍ଟ କରିବାର ଦାଇତ୍ଵ ଦେଇଛି ଶସ୍ତା। ତେବେ ବିଜେଡ଼ିର ପୋଷ୍ଟର ବୟେ ଥିଲେ ଅନୁଭବ ମାହାନ୍ତି।

ଦଳର ନାୟକ କିନ୍ତୁ ଏବେ ଖଳନାୟକ ତେବେ ସେ ଯାହା ହେଉନା କାହିଁକି ସବୁବେଳେ ସବୁ ସମୟରେ ବିବାଦ ଅଭୁଭବଙ୍କ ପିଛା ଛାଡୁନି। ଯାହା କଲେ ସେଥିରେ ଫସିଲେ ଏବେ ଦେଖିବାକୁ ରହିଲା ବାବୁଙ୍କୁ ନେଇ ଆଗାମୀ ଦିନରେ ଆଉ କେଉଁ ବିବାଦ ମୁଣ୍ଡ ଟେକୁଛି

Related posts

ଘରେ ଦୀପ ଜାଳିବା ଦ୍ୱାରା କଣଲାଭ ମିଳେ

Odisha Halchal

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗର୍ଜିଲେ

Odisha Halchal

ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ପିହୁଙ୍କ ମା’

Odisha Halchal

Leave a Comment