ଓଡ଼ିଶା ଖବରନ୍ୟୁଜ୍

ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ

ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ

ସୁନ୍ଦରଗଡ଼ ଏନଟିପିସି ଡୁଲିଙ୍ଗା କୋଇଲା ଖଣି ସମ୍ମୁଖରେ ଧାରଣା ଦେଇ ଖଣି ବନ୍ଦ କରିବା ଘଟଣା । ସୋମବାରଠୁ ମାଦ୍ରୀ କାଲୋ ଗୃହରେ ୭୨ଜଣ ମହିଳାଙ୍କୁ ଅଟକ ରଖିଛି ହେମଗିରି ପୋଲିସ । ଚାକିରି ପ୍ରଦାନ ଦାବିରେ ବିବାହିତ ମହିଳା ମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି। ଏନଟିପିସି ଡୁଲିଙ୍ଗା ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିଲା । ୧୪୪ ଧାରା ଭଙ୍ଗ କରିବା ଅଭିଯୋଗରେ ପୋଲିସ ୭୨ ଜଣ ମହିଳାଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ, ବିବାହିତ ମହିଳାମାନଙ୍କୁ ବିସ୍ଥାପିତର ମାନ୍ୟତା ଦେଇ କମ୍ପାନୀରେ ଚାକିରି ଓ ଅନ୍ୟାନ୍ୟ ସୁବିଧା ଦାବିରେ ମହିଳାମାନେ ଦୀର୍ଘ ୮ମାସ ଧରି ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆସୁଛନ୍ତି। ପ୍ରଶାସନ ସେମାନଙ୍କ ଦାବି ଶୁଣୁନଥିବା ବେଳେ ସେମାନେ ସୋମବାର ଖଣି ବନ୍ଦ ଡାକରା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ରବିବାର ଠାରୁ ୧୪୪ ଧାରା ଲାଗୁ କରିଥିଲା ।

ଆନ୍ଦୋଳନକାରୀ ୧୪୪ ଧାରା ଉଲ୍ଲଙ୍ଘନ କରି ଖଣି ବନ୍ଦ କରୁଥିବା ସମୟରେ ଡୁଲିଙ୍ଗା, ବେଳଦିହି, ମଝାପଡ଼ା, ଖପରିକଛାର ଗାଁର ମହିଳାମାନଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରେ ସଦର ଉପଜିଲ୍ଲାପାଳ, ହେମଗିରି ତହସିଲଦାର ପହଞ୍ଚିଛନ୍ତି । ଅନ୍ୟପଟେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Related posts

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

Odisha Halchal

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

Odisha Halchal

କୋମନା ବନ ବିଭାଗ ର ବଡ ସଫଳତା

Odisha Halchal

Leave a Comment