ଓଡ଼ିଶା ଖବରନ୍ୟୁଜ୍

ସରକାରୀ ଚାକିରିରେ ୨.୨୬ ଲକ୍ଷ ପଦବୀ ଫାଙ୍କା, ତଥାପି ନିଯୁକ୍ତି ନାହିଁ

ସରକାରୀ ଚାକିରିରେ ୨.୨୬ ଲକ୍ଷ ପଦବୀ ଫାଙ୍କା, ତଥାପି ନିଯୁକ୍ତି ନାହିଁ

ରାଜ୍ୟରେ ବେରୋଜଗାର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ହେଲେ ତେଣେ ୨୦୨୧ ଡିସେମ୍ବର ସୁଦ୍ଧା ମୋଟ ୨ଲକ୍ଷ ୨୬ହଜାର ୫୫୯ଟି ସରକାରୀ ପଦବୀ ଖାଲି ପଡ଼ିଛି। ମାତ୍ର ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ଅଛି ଓ ଓଡ଼ିଶା ଏବେ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି ବୋଲି ବିଜେଡି ସରକାର ଦାବି କରୁଛି। ଏତେ ସଂଖ୍ୟକ ପଦବୀକୁ ପୂରଣ ନକରି ଖାଲି ପକାଇବା ଜଣାପଡ଼ିବା ପରେ ଏହା ଅଲୋଚନାର ପ୍ରସଙ୍ଗ ହୋଇଛି।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଆର୍ଥିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ କରିବା ପରେ ୧୯୯୯-୨୦୦୮ ମଧ୍ୟରେ ବିଭିନ୍ନ ବିଭାଗରେ ୪୫୫୧୩ଟି ମୂଳ ପଦବୀକୁ ସରକାର ଉଚ୍ଛେଦ କରିଥିଲେ । ଏହାବାଦ୍ ୨୦୨୧ ଡିସେମ୍ବର ସୁଦ୍ଧା ୨ଲକ୍ଷ ୨୬ହଜାର ୫୫୯ଟି ପଦବୀ ମଧ୍ୟ ଖାଲି ପଡ଼ିଛି ।ଏଥିରେ ଗ୍ରୁପ- ଏରେ ୧୨୩୩୭ଟି, ଗ୍ରୁପ ବିରେ ୪୫୯୬୯ଟି, ଗ୍ରୁପ୍ ସିରେ ୧୧୩୫୩୬ଟି, ଗ୍ରୁପ୍ ଡିରେ ୩୫୦୯୮ଟି ପଦବୀ ଖାଲି ପଡ଼ିଛି ।

ମାତ୍ର ଏସବୁ ସରକାରୀ ପଦବୀକୁ ପୂରଣ ନକରି ରାଜ୍ୟ ସରକାର ଠିକା ଭିତ୍ତିରେ ସେବା ଯୋଗାଣ ସଂସ୍ଥା ମାଧ୍ୟମରେ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇ କାର୍ଯ୍ୟ ଚଳାଉଛନ୍ତି । ତେବେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ବଦଳରେ ଯୋଗ୍ୟ ଶିକ୍ଷିତ ବେକାରୀଙ୍କୁ ନିୟମିତ ନିଯୁକ୍ତି କିମ୍ବା କର୍ମଚାରୀଙ୍କ ଅବସର ସୀମା ଅନ୍ତତଃ ଦୁଇବର୍ଷ ବୃଦ୍ଧି କଲେ କେତେ ଟଙ୍କାର ଅତିରିକ୍ତ ଆର୍ଥିକ ଚାପ ପଡ଼ିବ ସେ ନେଇ କୌଣସି ତଥ୍ୟ ବିଭାଗ ପାଖରେ ନାହିଁ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସଫେଇ ଦେଇଛନ୍ତି ।ଉଲ୍ଲେଖଯୋଗ୍ୟ, ସରକାରୀ ହିସାବରେ ରାଜ୍ୟରେ ପଞ୍ଜୀକୃତ ପ୍ରଶିକ୍ଷିତ ବେକାରଙ୍କ ସଂଖ୍ୟା ପ୍ରାୟ ୯ଲକ୍ଷ ହେବ।

Related posts

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡା ର ନିଆରା ପ୍ରୟାସ

Odisha Halchal

ନକଲି ମଦ କାରଖାନା ଉପରେ ଚଢାଉ

Odisha Halchal

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

Odisha Halchal

Leave a Comment