ଅପରାଧଓଡ଼ିଶା ଖବରନ୍ୟୁଜ୍

ରାତି ଅଧିଆ ଚାଲୁଛି ସରକାରୀ ଯୋଜନା

ରାତି ଅଧିଆ ଚାଲୁଛି ସରକାରୀ ଯୋଜନା

ଭୋଗରାଇ :-ରାତି ଅଧିଆ ନୟାପାଲିରେ ପୋଲ କଂକ୍ରିଟ ଢ଼ଳେଇ ଅର୍ଦ୍ଧ ରାତିରେ ଚାଲିଛି ଉର୍ନତି ମୂଳକ କାର୍ଯ୍ୟ ଲୁଣା ବାଲି ରେ ଚାଲିଛି ନିର୍ମାଣ କାର୍ଯ୍ୟ ଅସୁରକ୍ଷିତ ଅବସ୍ଥା ରେ କାର୍ଯ୍ୟ କରୁଛନ୍ତି ଶ୍ରମିକ ଯେଇ ସାରଙ୍କ ଅଜବ ପ୍ରତିକ୍ରିୟା ଉଚ୍ଚ ସ୍ତରୀୟ ଅଧିକାରୀ କରିବେ କାର୍ଯ୍ୟର ତଦାରଖ ସୂଚନା ମତାବକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ଗୋଆଶୂଳ ଖାଳ ଉପରେ ସେତୁ ନିର୍ମାଣର ଢ଼ଳେଇ କାର୍ଯ୍ୟ ରାତିଅଧିଆ ଚାଲୁଅଛି । ଏଥିନିମନ୍ତେ ଗ୍ରାମବାସୀଙ୍କ ତରଫରୁ ଅସନ୍ତୋଷ ବୃଦ୍ଧି ପାଇଛି । ବିବରଣୀରୁ ପ୍ରକାଶଯେ ଓଡ଼ିଶା ସରକାରଙ୍କ ରାସ୍ତା ନିର୍ମାଣ ବିଭାଗ ତରଫରୁ ୨କୋଟି ୮୪ ଲକ୍ଷ ୮୮ ହଜାର ୧୩୩ ଟଙ୍କା ବ୍ୟୟ ଅଟକଲ ମୂଲ୍ୟରେ ପୋଲ ନିର୍ମାଣ ପାଇଁ ମଞ୍ଜୁରି ହୋଇଥିବାବେଳେ ନିର୍ମାଣ କାର୍ଯ୍ୟ ଏକ ବର୍ଷରୁ ଚାଲୁରହିଅଛି ।

କିନ୍ତୁ ଉକ୍ତ ପୋଲର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ୨୦୨୨ ମସିହା ସୁଦ୍ଧା ଶେଷ କରିବାକୁ ଫଳକ ଲାଗିଥିବା ବେଳେ ତତବରିଆ ଭାବରେ ରାତିଅଧିଆ ପୋଲ କାର୍ଯ୍ୟକୁ ସାରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି ଠିକାଦାର । ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ଉକ୍ତ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଜେଇ ଉପସ୍ଥିତ ହେଇଥିଲେ ତେବେ ଜେଇଙ୍କ ଉପସ୍ଥିତିରେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧରାତି ପର୍ଯ୍ୟନ୍ତ ଚାଲୁରହିଥିଲା ।

ଆରୁହାବୃତ୍ତି ନଦୀର ନିନ୍ନ ମାନର ବାଲି , ବଡ଼ ବଡ଼ ଚିପ୍ସ ଏବଂ ଲେବର ମାନଙ୍କ ମୁଣ୍ଡରେ ହେଲମେଣ୍ଟ ନଥିବାରୁ ରାତିରେ କୌଣସି ଦୁର୍ଘଟଣା ଘଟିବା ସାଙ୍ଗକୁ ପୋଲର କାମ ନିମ୍ନ ମାନର ହେବା ସମ୍ଭାବନାକୁ ଏଡ଼ାଇଦିଆ ଯାଇନପାରେ । ଗ୍ରାମବାସୀଙ୍କ ଦାବି ଯେ ରାତିରେ କାର୍ଯ୍ୟ ବନ୍ଦ ରଖିବା ସହିତ ତଦାରଖ କାର୍ଯ୍ୟ ପାଇଁ ଏକ ଗ୍ରାମ କମିଟି ଗଠନ , ଭଲ ବାଲି ଖାଦାନର ବାଲି ଏବଂ ଉନ୍ନତ ଧରଣର ଚିପ୍ସ ସହିତ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟଧାରା ବଜାୟ ରଖିବାକୁ ଦାବି ହୋଇଛି । ଯଦି ଏପରି କାର୍ଯ୍ୟଧାରା ଆଗକୁ ଚାଲୁରହେ ତାହେଲେ ଗ୍ରାମଵାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନି ଦେଇଛନ୍ତି ।

Related posts

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

Odisha Halchal

ତାମିଲନାଡୁର ଦୁଇ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ

Odisha Halchal

ଦାଦାବଟି ମାଗି ଗିରଫ

Odisha Halchal

Leave a Comment