ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ନକଲି ମଦ କାରଖାନା ଉପରେ ଚଢାଉ

ନକଲି ମଦ କାରଖାନା ଉପରେ ଚଢାଉ

ନୂଆପଡ଼ା:-ଓଡ଼ିଶା ହାଲଚାଲ(ରିପୋର୍ଟ-ଚେତୁରାମ ପ୍ରଧାନୀ)ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଜଣେ ଅଭିଯୁକ୍ତ ଗିରଫ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସାଲେପଡା ଗାଁରେ ନକଲି ବିଦେଶୀ ମଦକାରଖାନା ଉପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ l

ଏହି ଚଢ଼ାଉରେ ବିପୁଳ ପରିମାଣର ଦେଶୀ ମଦ ସହ ନକଲି ବିଦେଶୀ ମଦ ତିଆରି ବହୁ ସାମଗ୍ରୀ ଜବତ ହୋଇଛି l ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଡୁଆଝର ସାଲେପଡା ଗାଁର ସୁନୀଲ ମେହେର l ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଖଡ଼ିଆଳ ବ୍ଲକ ଡୁଆଝର ସାଲେପଡା ଗାଁରେ ଦୀର୍ଘ ଦିନରୁ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଚଢ଼ାଉ କରିଥିଲା l

ଏହି ଚଢ଼ାଉରେ ନକଲି ବିଦେଶୀ ମଦ ତିଆରି ବହୁ ସାମଗ୍ରୀ ଜବତ କରାଯାଇଛି l ଏହି ନକଲି ମଦ ପ୍ରସ୍ତୁତ କାରୀ ଅଭିଯୁକ୍ତ ସୁନୀଲ କୁମାର ମେହେର ଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନକଲି ମଦ କାରଖାନାରୁ ବହୁ ସଂଖ୍ୟାରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲାଗିଥିବା ନକଲି ବିଦେଶୀ ମଦ ଖାଲି ବୋତଲ, ଠିପି ଓ଼ ସରକାରୀ ଲେବେଲ ଜବତ ହୋଇଛି l ଏପରିକି ୮ ଲିଟର ୬୪୦ ଦେଶୀ ମଦ ଜବତ ହୋଇଛି ଏନେଇ ଆହୁରି ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ସୂଚନା ଦେଇଛନ୍ତି ।

Related posts

ଜୁଲାଇ ୧୫ରେ ମା ତାରିଣୀଙ୍କ ଆଷାଢ଼ୀ ପର୍ବ; ବନ୍ଦ ରହିବ ଘଟଗାଁ ମନ୍ଦିର

Odisha Halchal

ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି

Odisha Halchal

ଅମାପ ସମ୍ପତ୍ତି ର ମାଲିକ ଅଧିକ୍ଷଣ ଯନ୍ତ୍ରୀ

Odisha Halchal

Leave a Comment