ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଡ଼ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ

ମାଡ଼ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ:- ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ସୋଲ୍ ଗ୍ରାମରେ ଥିବା ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରାଯାଇଛି।ମିଳିଥିବା ସୂଚନା ମୁତାବକ ଗତ ମାର୍ଚ୍ଚ ୧୧ ତାରିଖ ସକାଳ ସମୟରେ ପ୍ରଧାନ ଶିକ୍ଷକ ଅମର କୁମାର୍ ସିଂ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଫଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୁଣ୍ଡ ଫାଟିଯାଇଥିଲା ଅନ୍ୟ ୧୩ ଜଣ ଛାତ୍ର ଆହତ ହୋଇଥିଲେ।

ଘଟଣା ସଂପର୍କରେ ସ୍କୁଲ ସେକ୍ରେଟାରୀ ଜାଣିବା ପରେ ସି.ଆର୍.ସି.ସି ଙ୍କୁ ଜଣାଇଥିଲେ ଫଳରେ ସି.ଆର୍.ସି.ସି ତୁରନ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି ଗୁରୁଣ୍ଡିଆ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଅନ୍ୟପଟେ ପ୍ରଧାନ ଶିକ୍ଷକ ଜଣକ ସ୍ଥାନୀୟ ସରପଞ୍ଚ ଏବଂ ଅଭିଭାବକ ମାନଙ୍କୁ ଡକାଇ ଏକ ବୈଠକ କରି ଘଟାଣlକୁ ଚପାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଗୋଷ୍ଠି ଶିକ୍ଷା ଅଧିକାରୀ ଏ.ବି.ଇ.ଓ ଗୁରୁଣ୍ଡିଆଙ୍କୁ ସୋଲ ଜନତା ୟୁପି ସ୍କୁଲକୁ ପଠାଇ ଘଟଣାର ସଠିକ ତଦନ୍ତ କରିବାକୁ କହିଥିଲେ ।

ତେବେ ଆମେ ଘଟଣା ସଂପର୍କରେ ଜାଣିବା ପରେ ଖବର ସଂଗ୍ରହ କରିବା ପାଇଁ ସୋଲ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲୁ । ସେଠାରେ ପ୍ରଧାନ ଶିକ୍ଷକଙ୍କୁ ଘଟଣା ସଂପର୍କରେ ପଚାରିବାରୁ ଘଟଣାଟି ସତ ବୋଲି ମାନିଥିଲେ ହେଲେ, କ୍ୟାମେରାକୁ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କହିଥିଲେ ।ତେବେ ଏ.ବି.ଇ.ଓ ତାଙ୍କ ତଦନ୍ତ ରିପୋର୍ଟ ଦେବାପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।

Related posts

ଶେଷ ବଲ୍‌ରେ ଚୌକା ମାରିଲେ ଏମ୍‌ଏସ୍‌ ଧୋନୀ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ୩ ୱିକେଟ୍‌ରେ ବିଜୟୀ

Odisha Halchal

ବାଇକ ଓ ଟ୍ରକ ଧକାରେ ଶିକ୍ଷକ ଗୁରୁତର ଓ ମୃତ୍ୟୁ

Odisha Halchal

ପୋଲିସ ଉପରେ ଆକ୍ରମଣ, ସାତ ମହିଳା ଗିରଫ

Odisha Halchal

Leave a Comment